Categories: ଖେଳ

କୋହଲିଙ୍କ ଦ୍ୱିଶତକ ପରେ ଏମିତି ସେଲିବ୍ରେଶନ କଲେ ଅନୁଷ୍କା

ପୁଣେ,୧୨।୧୦: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟରେ ନିଜର ସପ୍ତମ ଦ୍ୱିଶତକ ପୂରଣ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ କୋହଲି ଏହି ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। କୋହଲି ନିଜର ୮୧ତମ ଟେଷ୍ଟରେ ୭ ଦ୍ୱିଶତକ ମାରିଛନ୍ତି। ଫଳରେ ସେ ଭାରତର ପୂର୍ବତନ କ୍ରିକେଟର୍‌ ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ବାଗଙ୍କୁ ପଛରେ ପକାଇଛନ୍ତି। ତେବେ ସ୍ବାମୀଙ୍କୁ ଗୋଟିଏ ପରେ ଗୋଟିଏ ରେକର୍ଡ ହାସଲ କରିବା ଦେଖି ଖୁସିରେ ଆତ୍ମହରା ହୋଇଉଠିଛନ୍ତି ଅନୁଷ୍କା ଶର୍ମା। ବିରାଟ ଦ୍ୱିଶତକ ହାସଲ କରିବା ପରେ ସେ ଟିଭିରୁ ତାଙ୍କ ସେଲିବ୍ରେଶନର ଫଟୋ ଉଠାଇ ନିଜ ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ କରିଥିଲେ। କ୍ୟାପସନରେ ଲଭ୍‌ ଇମୋଜି ଦେଇଥିଲେ ଅନୁଷ୍କା। ସୂଚନାଯୋଗ୍ୟ, ଏହି ମ୍ୟାଚରେ କୋହଲି ଟେଷ୍ଟ କ୍ରିକେଟରେ ୭ ହଜାର ରନ ପୂରଣ କରିଛନ୍ତି। କୋହଲି ବିଶ୍ୱର ଚତୁର୍ଥ ଏବଂ ଭାରତର ତୃତୀୟ ବ୍ୟାଟ୍ସମ୍ୟାନ ଭାବେ ଦ୍ରୁତ ୭ ହଜାର ରନ କରିଛନ୍ତି। ଏହି ମାମଲାରେ କୋହଲି ପାକିସ୍ତାନର ମହମ୍ମଦ ୟୁସୁଫଙ୍କୁ ପଛରେ ପକାଇଛନ୍ତି। ଏପରିକି କୋହଲି ବ୍ରାଡମ୍ୟାନଙ୍କ (୬୯୯୬) ରନକୁ ମଧ୍ୟ ଟପିଛନ୍ତି।

Share