Categories: ଖେଳ

କୋହଲିଙ୍କ ଦ୍ୱିଶତକ

ପୁଣେ,୧୧।୧୦: ଭାରତୀୟ ଅଧିନାୟକ ବିରାଟ କୋହଲି ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦ୍ୱିଶତକ ଲଗାଇଛନ୍ତି। ପୂର୍ବ ଦିନ ୬୩ ରନ୍‌ କରି ଅପରାଜିତ ଥିବା କୋହଲି ୧୪୩ତମ ଓଭରରେ ସେନୁରାନ ମୁଥୁସାମିଙ୍କ ୪ର୍ଥ ବଲରେ ୨ ରନ୍‌ ସଂଗ୍ରହ କରି ଦ୍ୱିଶତକ ପୂରଣ କରିଛନ୍ତି। ତାଙ୍କର ଏହି ଲମ୍ବା ଇନିଂସରେ ୨୮ ଚୌକା ଓ ଗୋଟିଏ ଛକା ସାମିଲ ରହିଛି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୭ମ ଦ୍ୱିଶତକ। ଏଥିସହିତ ଟେଷ୍ଟ କ୍ୟାରିୟରରେ ସେ ୭ ହଜାର ରନ୍‌ ପୂରଣ କରିଦେଇଛନ୍ତି। ତାଙ୍କର ୨୦୯ ରନ୍‌ ଯୋଗୁ ଭାରତୀୟ ଦଳ ପ୍ରଥମ ଇନିଂସ ସ୍କୋର ରିପୋର୍ଟ ଲେଖା ହେବା ସୁଦ୍ଧା ୧୪୭ ଓଭରରେ ୪ ଉଇକେଟ ହରାଇ ୫୦୪ ରନ୍‌ କରିଛି।

Share