Categories: ଖେଳ

କୋହଲିଙ୍କ ନିକଟରେ ସଚିନଙ୍କ ସମକକ୍ଷ ହେବାର ସୁଯୋଗ

ମୁମ୍ବାଇ,୧୩।୧(ପି.ଟି.)- ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମଙ୍ଗଳବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ସଚିନ ତେନ୍ଦୁଲକରଙ୍କ ବରାବର ହେବାର ସୁଯୋଗ ରହିଛି। ଆଉ ଗୋଟିଏ ଶତକ ହାସଲ କଲେ କୋହଲି ନିଜ ଦେଶରେ ସର୍ବାଧିକ ସଂଖ୍ୟକ ଶତକ କରିଥିବା ବ୍ୟାଟ୍ସମ୍ୟାନ ସଚିନଙ୍କ ସହ ସମକକ୍ଷ ହେବେ। ଏହି ରେକର୍ଡ ଏବେ ତେନ୍ଦୁଲକରଙ୍କ ନାମରେ ରହିଛି। ସେ ଦେଶରେ ସର୍ବାଧିକ ୨୦ ଦିନିକିଆ ଶତକ ହାସଲ କରିଥିଲେ। ତାଙ୍କ ପଛକୁ ୧୯ ଶତକ ସହ କୋହଲି ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

Share