Categories: ଖେଳ

କୋହଲିଙ୍କ ବିପକ୍ଷରେ ସୌଦିଙ୍କ ପରଫେକ୍ଟ ୧୦

ଖ୍ରୀଷ୍ଟଚର୍ଚ୍ଚ,୨୯ା୨- ଚଳିତ ନ୍ୟୁଜିଲାଣ୍ଡ ଗସ୍ତରେ ବିରାଟ କୋହଲି ପୁଣି ବିଫଳ ହୋଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ମାତ୍ର ୨୪୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। କୋହଲି ମାତ୍ର ୩ ରନ୍‌ କରିପାରିଥିଲେ ଓ ଦଳର ଏକ ଡିଆରଏସ୍‌ ମଧ୍ୟ ନଷ୍ଟ କରିଥିଲେ। ତାଙ୍କ ଉଇକେଟ ହାତେଇଥିଲେ ଘରୋଇ ଦଳର ସବୁଠୁ ଅଭିଜ୍ଞ ପେସର ଟି ସୌଦି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦ମ ଥର ପାଇଁ ସୌଦିଙ୍କ ବଲରେ କୋହଲି ଆଉଟ୍‌ ହୋଇଛନ୍ତି। ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚିତ ହେଉଥିବା କୋହଲିଙ୍କୁ ସୌଦି ୩ ଥର ଟେଷ୍ଟରେ, ଦିନିକିଆରେ ୬ ଥର ଓ ଟି୨୦ ଫର୍ମାଟରେ ଥରେ ପାଭିଲିଅନ ପଠାଇଛନ୍ତି। ଏହା ଯେକୌଣସି ବୋଲରଙ୍କ କ୍ଷେତ୍ରରେ ସର୍ବାଧିକ।

Share