Categories: ଖେଳ

କୋହଲିଙ୍କ ‘ବିରାଟ’ ପ୍ରଶଂସକ

ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରିକେଟ ପଡିଆରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛନ୍ତି। ଖୁବ୍‌ଶୀଘ୍ର ସେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି କ୍ରିକେଟ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି। ତେବେ କୋହଲିଙ୍କ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ଅଧିକ। ବିରାଟ ଯେଉଁଠି କି ବି ଖେଳିବାକୁ ଯାନ୍ତି ତାଙ୍କ ପ୍ରଶଂସକ ତାଙ୍କୁ ଚିୟର କରିବାକୁ ପହଞ୍ଚିଥାନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ କୋହଲିଙ୍କ ଜଣେ ‘ବିରାଟ’ ପ୍ରଶଂସକଙ୍କୁ ଦେଖିବାକୁ ମିଳିଛି। ଯଦିଓ ଏହି ମ୍ୟାଚ୍‌ରେ ଭାରତ ୧୦ ଉଇକେଟରେ ପରାଜୟବରଣ କରିଥିଲା। କିନ୍ତୁ ଉକ୍ତ ପ୍ରଶଂସକଙ୍କ ହେୟାରଷ୍ଟାଇଲ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଚିରାଗ ଖିଲାରେ ନାମକ ଏହି ଯୁବକ ଜଣଙ୍କ ବିରାଟଙ୍କ ଚେହେରା ଥିବା ହେୟାରକଟ୍‌ କରିଛନ୍ତି। ଏଭଳି ହେୟାରକଟ୍‌ କରିବାକୁ ୭ରୁ ୮ ଘଣ୍ଟା ସମୟ ଲାଗେ ବୋଲି ପ୍ରଶଂସକ ଜଣଙ୍କ କହିଛନ୍ତି। ମୁଁ ବିରାଟଙ୍କ ଜଣେ ବଡ ପ୍ରଶଂସକ। ଅନେକଥର ପଡିଆରେ ତାଙ୍କୁ ଖେଳୁଥିବାର ଦେଖିଛି। କିନ୍ତୁ କେବେ ଭେଟିବାର ସୁଯୋଗ ମିଳିନାହିଁ। ଦିନେ ନା ଦିନେ ତାଙ୍କ ଭେଟ ହେବ ବୋଲି କହିଛନ୍ତି ଚିରାଗ।

Share