Categories: ଖେଳ

କୋହଲିଙ୍କ ମଜାକ୍‌ ଉଡାଇଲେ ଇଂଲଣ୍ଡ କ୍ରିକେଟର୍‌

ଲଣ୍ଡନ, ୧୨।୭: ଇଂଲଣ୍ଡରେ ବିଶ୍ୱକପ ଚାଲିଥିବାବେଳେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ତା’ର ଟୁଇଟର ପେଜରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସମ୍ରାଟ ଭାବରେ ସଜାଇ ଏକ ଫଟୋ ପୋଷ୍ଟ କରିଥିଲା। ସେତେବେଳେ ଏହାକୁ ନେଇ ଚର୍ଚ୍ଚା ହେବା ସହ ଅନ୍ୟ ଦେଶର ପୂର୍ବତନ ଖେଳାଳିମାନେ ଏହାକୁ ବିରୋଧ କରିଥିଲେ। ବିଶ୍ୱକପରେ ୧୦ଟି ଦଳର ଅଧିନାୟକ ଥିବାବେଳେ କେବଳ ଭାରତୀୟ ଦଳର ଅଧିନାୟକ କୋହଲିଙ୍କୁ ସମ୍ରାଟ ଭାବେ ଆଇସିସି କାହିଁକି ସଜେଇଛି ତାକୁ ନେଇ ସେମାନେ ପ୍ରଶ୍ନ କରିଛନ୍ତି। ଏବେ ଭାରତ ବିଶ୍ୱକପର ସେମିଫାଇନାଲରୁ ବିଦାୟ ନେବା ପରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍‌ କୋହଲିଙ୍କ ମଜାକ ଉଡାଇଛନ୍ତି। ସେ ନିଜ ଟୁଇଟରରେ ବିରାଟଙ୍କ ସମ୍ରାଟ ଫଟୋରେ ଏକ ଫ୍ଲାଇଟ୍‌ ଟିକେଟ ଧରାଇ ପୋଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ଇଂଲଣ୍ଡ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଶ୍ୱକପର ଫାଇନାଲକୁ ଉନ୍ନୀତ ହୋଇଛି।

Share