Categories: ଖେଳ

କୋହଲିଙ୍କ ମ୍ୟାଥ୍‌ ଘର ଶୂନ

ଅନ୍ତର୍ଜାତୀୟ କ୍ରିକେଟରେ ଶତକ ପରେ ଶତକ ଲଗାଇ ଚାଲିଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମ୍ପର୍କରେ ଏମିତି ଏକ ରୋଚକ କଥା ରହିଛି, ତାହା ତାଙ୍କ ପ୍ରଶଂସକଙ୍କୁ ଜଣା ନ ଥିବ। ଦିଲ୍ଲୀ ସ୍କୁଲରେ ପଢ଼ୁଥିବାବେଳେ କୋହଲି ମ୍ୟାଥ୍‌ (ଗଣିତ)ରେ ଖୁବ୍‌ ଦ୍ରୁବଳ ଥିଲେ। ତାଙ୍କ ମତରେ କ୍ରିକେଟର ହେବା ପାଇଁ ଏତେ କଷ୍ଟ କରି ନ ଥିଲେ, ଯେତେ ପରିଶ୍ରମ ୧୦ମ ପରୀକ୍ଷାରେ ଗଣିତ ବିଷୟରେ ପାସ ହେବା ଲାଗି କରିଥିଲେ। ଗଣିତରେ ଜଣେ ଅଧିକରୁ ଅଧିକ ୧୦୦ ମାର୍କ ରଖିପାରିବ। କିନ୍ତୁ ମୋତେ ମାତ୍ର ୩ ମିଳୁଥିଲା। ମୁଁ ଏତେ ଭଲ ଥିଲି। କ’ଣ ପାଇଁ ଜଣେ ଗଣିତ ପଢ଼ିବା ଦରକାର ମୋତେ ଜଣା ନାହିଁ। ସ୍କୁଲରେ ଯେଉଁ ଫର୍ମୁଲା ଜାଣିଥିଲି, ସେଗୁଡ଼ିକ ଜୀବନରେ ବ୍ୟବହାର କରି ହୁଏନାହିଁ। ମୁଁ କେବଳ ୧୦ମ ପରୀକ୍ଷାରେ ପାସ ହେବାକୁ ଚାହୁଁଥିଲି। କାରଣ ଏହାପରେ ମୋ ପାଠରେ ଗଣିତ ରହିବ କି ନାହିଁ, ମୁଁ ଚୟନ କରିପାରିଥାନ୍ତି ବୋଲି କୋହଲି ଏକଦା କହିଥିଲେ। ଉଲ୍ଲେଖଥାଉ କି, ତାଙ୍କ ନାମରେ ଏପର୍ଯ୍ୟନ୍ତ ମୋଟ ଉପରେ ୬୮ ଅର୍ନ୍ତଜାତୀୟ ଶତକ ରହିଛି। ଦିନିକିଆ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷରେ ଥିବାବେଳେ ଟେଷ୍ଟରେ ଦ୍ୱିତୀୟ ର଼୍ୟାଙ୍କରେ ରହିଛନ୍ତି।

Share