କୋହଲିଙ୍କ ସମସ୍ୟା ଚିନ୍ତାଜନକ ନୁହେଁ

ସାଉଥମ୍ପଟନ,୨ା୬(ପିଟି)- ନେଟ୍ସର ଅଭ୍ୟାସ କରୁଥିବାବେଳେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଥିଲା। ହେଲେ ତାଙ୍କ ସମସ୍ୟା ଚିନ୍ତା ଜନକ ବିଷୟ ନୁହେଁ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ତାଙ୍କ ଆଙ୍ଗୁଠିରେ ବଲ ବାଜିବା ପରେ ଫିଜିଓଥେରାଫିଷ୍ଟ ପାଟ୍ରିକ ଫର୍ହାଟ ତୁରନ୍ତ ମ୍ୟାଜିକ ସ୍ପ୍ରେ ବ୍ୟବହାର କରିଥିଲେ। ଅଧିନାୟକଙ୍କ ଆଙ୍ଗୁଠିରେ ଟେପ ବାନ୍ଧିବା ପରେ ବରଫ ଲଗାଇଥିଲେ। ଆଉ ଅଭ୍ୟାସରେ ଯୋଗଦେଇ ନ ଥିଲେ। ଅଲରାଉଣ୍ଡର ବିଜୟ ଶଙ୍କର କହୁଣି ଆହତ ସମସ୍ୟା ଯୋଗୁ ଦୁଇଟି ଓ୍ବାର୍ମଅପ୍‌ ମ୍ୟାଚ୍‌ ଖେଳି ନ ଥିଲେ। କେଦାର ଯାଦବ ଏବେ ମଧ୍ୟ ସମ୍ପୂର୍ଣ୍ଣ ଫିଟ୍‌ନେସ ହାସଲ କରିପାରି ନାହାନ୍ତି। ଭାରତୀୟ ଦଳ ତା’ର ପ୍ରଥମ ବିଶ୍ୱକପ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ।

Share