Categories: ଖେଳ

କୋହଲି ଏକମାତ୍ର ଖେଳାଳି

ନୂଆଦିଲ୍ଲୀ,୧୯।୯: ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୨ ରନ୍‌ର ଅପରାଜିତ ଇନିଂସ ଯୋଗୁ କୋହଲିଙ୍କ ଟି୨୦ ଫର୍ମାଟରେ ଆଭରେଜ ୫୦ ଅତିକ୍ରମ କରିଛି। ଏଥିଯୋଗୁ କ୍ରିକେଟର ପ୍ରତ୍ୟେକ ଫର୍ମାଟରେ ୫୦ରୁ ଅଧିକ ଆଭରେଜରେ ରନ୍‌ କରୁବାରେ କୋହଲି ବିଶ୍ୱରେ ଏକମାତ୍ର ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ଏ ନେଇ ଆଇସିସି ଟୁଇଟ କରି ଜଣାଇଛି। ଟେଷ୍ଟରେ କୋହଲିଙ୍କ ଆଭରେଜ ୫୩.୧୪ ଥିବାବେଳେ ଦିନିକିଆରେ ୬୦.୩୧ ଓ ଟି୨୦ରେ ୫୦.୮୫ ହାରରେ ରନ୍‌ କରୁଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ୭୯ ଟେଷ୍ଟ, ୨୩୯ ଦିନିକିଆ ଓ ୭୧ ଟି୨୦ ଖେଳିଥିବା କୋହଲି ଏପର୍ଯ୍ୟନ୍ତ ଯଥାକ୍ରମେ ୬୭୪୯, ୧୧୫୨୦ ଓ ୨୪୪୧ ରନ୍‌ କରିସାରିଛନ୍ତି। ଏଥିପୂର୍ବରୁ ୨୦୧୭ରେ ମଧ୍ୟ ସମସ୍ତ ଫର୍ମାଟରେ ଭାରତୀୟ ଅଧିନାୟକଙ୍କ ଆଭରେଜ ୫୦ରୁ ଅଧିକ ଥିଲା।

Share