Categories: ଖେଳ

କୋହଲି, ଚୟନକର୍ତ୍ତାଙ୍କୁ ନେଇ ଗାଭାସ୍କରଙ୍କ ସହ ମଞ୍ଜରେକରଙ୍କ ଅସହମତି

ନୂଆଦିଲ୍ଲୀ,୩୦।୭(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଚୟନକର୍ତ୍ତାଙ୍କୁ ନେଇ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଓ ପୂର୍ବତନ ବ୍ୟାଟ୍ସମ୍ୟାନ ସଞ୍ଜୟ ମଞ୍ଜରେକର ଭିନ୍ନ ମତ ପୋଷଣ କରିଛନ୍ତି। ଗାଭାସ୍କରଙ୍କ ମତସହ ଏକମତ ନୁହଁ ବୋଲି ମଞ୍ଜରେକର କହିଛନ୍ତି। କୋହଲିଙ୍କୁ ଅଧିନାୟକ ପଦରେ ବଜାୟ ରଖିବା ନେଇ ଗାଭାସ୍କର ପ୍ରଶ୍ନ ଉଠାଇଥିଲେ। ରିଭ୍ୟୁ ମିଟିଂ ବିନା କୋହଲି କିପରି ଅଧିନାୟକ ପଦ ବାଜୟ ରଖିଲେ ଓ ତାଙ୍କୁ ଏହି ପଦରେ ପୁନଃ ନିଯୁକ୍ତି କିପରି ଦିଆଗଲା ବୋଲି ସେ ପ୍ରଶ୍ନ କରିଥିଲେ। ପୁଣି ଏମ୍‌.ଏସ.କେ. ପ୍ରସାଦଙ୍କ ନେତୃତ୍ୱରେ ଗଠିତ କମିଟିର କାର୍ଯ୍ୟକ୍ଷମତାକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଥିଲେ। ବିଶ୍ୱକପ୍‌ ବିପର୍ଯ୍ୟୟ ପରେ ଚୟନ କମିଟି କୋହଲିଙ୍କ ନେତୃତ୍ୱ ଓ ଦଳର ପ୍ରଦର୍ଶନ ନେଇ ତର୍ଜମା କରିବାର ଆବଶ୍ୟକତା ଥିଲା ବୋଲି ଗାଭାସ୍କର ତାଙ୍କ ସ୍ତମ୍ବରେ ଉଲ୍ଲେଖ କରିଥିଲେ। ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଦଳ ଘୋଷଣା ପୂର୍ବରୁ ଚୟନ କମିଟି ଏ ନେଇ ଅତିକମ୍‌ରେ ଏକ ଓୌପଚାରିକ ବୈଠକ ଡାକିବାର ଆବଶ୍ୟକତା ଥିଲା ବୋଲି ସେ କହିଥିଲେ।

ବିଶ୍ୱକପ୍‌ରେ ହଟ୍‌ ଫେଭରାଇଟ୍‌ ବିବେଚିତ ହେଉଥିଲେ ମଧ୍ୟ ଭାରତ ସେମିଫାଇନାଲରେ ଅପ୍ରତ୍ୟାଶିକ ଭାବେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା ଓ ଏହା ପ୍ରଶଂସକଙ୍କ ସମେତ ଅନେକଙ୍କର ହଜମ ହୋଇ ନ ଥିଲା। ବିଶ୍ୱକପ୍‌ରେ ଭାରତ ୯ଟି ମ୍ୟାଚ୍‌ ଖେଳି ୭ଟିରେ ପରାସ୍ତ ହୋଇଥିଲା। ଏଭଳି ପ୍ରଦର୍ଶନ ପଶଂସନୀୟ ବୋଲି ମଞ୍ଜରେକର କହିଛନ୍ତି। ତେଣୁ ଗାଭାସ୍କରଙ୍କ ମତ ସହ ସମ୍ମାନର ସହିତ ଅସମତି ଜଣାଉଛି ବୋଲି ସେ କହିଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ୍‌ରେ ୭ଟି ମ୍ୟାଚ୍‌ ଜିତିଥିବା ବେଳେ ୨ଟି ମ୍ୟାଚ୍‌ରେ ପରାଜୟ ବରଣ କରିଥିଲା। ତେଣୁ କୋହଲିଙ୍କ ନେତୃତ୍ୱ ନେଇ ପ୍ରଶ୍ନ ଉଠାଇବା ଠିକ୍‌ ନୁହଁ ମଞ୍ଜରେକର ଟୁଇଟ କରିଛନ୍ତି। ଅଗାମୀ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଭାରତ ୩ଟି ଟି୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ବିଶ୍ୱକପ୍‌ରେ ଭାରତର ପ୍ରଦର୍ଶନ ଆଦୌ ଖରାପ୍‌ ନ ଥିଲା ବୋଲି। ତେଣୁ କୋହଲି ଓ ଚୟନକମିଟିର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇବାର କୌଣସି ଆବଶ୍ୟକତା ନାହିଁ ବୋଲି ମଞ୍ଜରେକର କହିଛନ୍ତି।

Share