Categories: ଖେଳ

କୋହଲି-ଡି’ଭିଲର୍ସଙ୍କ ଟିମ୍‌ରେ ଧୋନୀ ଅଧିନାୟକ

ନୂଆଦିଲ୍ଲୀ, ୨୬।୪- ଅନ୍ତର୍ଜାତୀୟ କ୍ରିକେଟରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲର୍ସ ଦୁଇ ବନ୍ଧୁଭାବେ ବେଶ୍‌ ପରିଚିତ। ଦୁହେଁ ଇଣ୍ଡିଆନ ପ୍ରିମିିୟର ଲିଗ୍‌(ଆଇପିଏଲ୍‌)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଦୀର୍ଘଦିନଧରି ଖେଳି ଆସିଛନ୍ତି। କରୋନା ଭାଇରସ ସଂକ୍ରମଣ ଜନିତ ସମ୍ପ୍ରତି ଲକ୍‌ଡାଉନ୍‌ ସ୍ଥିତିରେ ଦୁଇ ବନ୍ଧୁ ଇନ୍‌ଷ୍ଟାଗ୍ରାମରେ ଲାଇଭ୍‌ ଚାଟ୍‌ ଅବସରରେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ନେଇ ଏକ ଟିମ୍‌ ଗଠନ କରିଛନ୍ତି। ମହେନ୍ଦ୍ର ସିଂ ଧୋନୀଙ୍କୁ ଏହି ଦଳର ଅଧିନାୟକ କରାଯାଇଛି। ଗ୍ୟାରୀ କର୍ଷ୍ଟେନ କୋଚ୍‌ ହୋଇଛନ୍ତି। ”ଧୋନୀଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ସେ ସର୍ବଦା ଶାନ୍ତ ରହିଥାନ୍ତି ଏବଂ ଗେମ୍‌କୁ ଭଲଭାବେ ବୁଝିଛନ୍ତି“ ବୋଲି ଡି’ଭିଲର୍ସ ପ୍ରକାଶ କରିଛନ୍ତି। ଉଭୟ ଦଳର ଖେଳାଳିଙ୍କୁ ଦୃଷ୍ଟିିରେ ରଖିଲେ ଧୋନୀ ହିଁ ପସନ୍ଦର ଅଧିନାୟକ ବୋଲି କୋହଲି କହିଛନ୍ତି। ଦୀର୍ଘଦିନଧରି ଆର୍‌ସିବି ପକ୍ଷରୁ ଖେଳି ଆସୁଥିଲେ ହେଁ ଏହି ଫ୍ରାଞ୍ଚାଇଜ୍‌ ଛାଡ଼ିବାକୁ ଇଚ୍ଛାନାହିଁ, ବରଂ ଏହି ଦଳ ପାଇଁ ଆଇପିଏଲ୍‌ ଟାଇଟଲ ଜିତିବା ତାଙ୍କର ଅଭିଳାଷ ରହିଛି ବୋଲି ସେ ପ୍ରକାଶ କରିଛନ୍ତି।
କୋହଲି-ଡି’ଭିଲର୍ସଙ୍କ ଦଳ: ସଚିନ ତେନ୍ଦୁଲକର, ରୋହିତ ଶର୍ମା, ବିରାଟ କୋହଲି, ଏବି ଡି’ଭିଲର୍ସ, ଜ୍ୟାକ୍ସ କାଲିସ, ମହେନ୍ଦ୍ର ସିଂ ଧୋନୀ(ଅଧିନାୟକ), ଯୁବରାଜ ସିଂ, ୟୁଜବେନ୍ଦ୍ର ଚହଲ, ଡେଲ୍‌ ଷ୍ଟେଇନ, ଯଶପ୍ରୀତ ବୁମ୍‌ରା ଓ କାଗିସୋ ରାବାଡ଼ା ।

Share