Categories: ଖେଳ

କୋହଲି ଦ୍ରୁତତମ ଅଧିନାୟକ

ବେଙ୍ଗାଲୁରୁ,୨୦।୧ – ବିରାଟ କୋହଲି ଦିନିକିଆ ଫର୍ମାଟ୍‌ରେ ଅଧିନାୟକ ଭାବେ ୫ ହଜାର ରନ୍‌ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ ବିଶ୍ୱର ଦ୍ରୁତତମ ଅଧିନାୟକ। ୫ ହଜାର ରନ୍‌ କରିବା ପାଇଁ କୋହଲିଙ୍କୁ ମାତ୍ର ୮୨ ଇନିଂସ ଲାଗିଛି। ଏହି ଧାରାରେ ସେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଟପି ଯାଇଛନ୍ତି। ଧୋନୀ ୧୨୭ ଇନିଂସରେ ୫ ହଜାର ରନ୍‌ ପୂରଣ କରିଥିଲେ। ତାଲିକାରେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ (୧୩୧ ଇନିଂସ) ଓ ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ (୧୩୫) ରହିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ତଥା ବର୍ତ୍ତମାନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ତାଲିକାର ୫ମ ସ୍ଥାନରେ ରହିଛନ୍ତି। ସେ ଅଧିନାୟକ ଭାବେ ୧୩୬ ଇନିଂସରେ ୫ ହଜାର ରନ୍‌ କରିଥିଲେ। କୋହଲି ଏହି ମାଇଲଷ୍ଟୋନ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ହାସଲ କରିଛନ୍ତି।

Share