ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜ ଫିଟ୍ନେସକୁ ବିଶେଷ ଗୁରୁତ୍ୱ ଦିଅନ୍ତି, ଯାହା ସଭିଙ୍କୁ ଜଣା। ସେ କଦାପି ଡାଏଟ୍ କିମ୍ବା ଏକ୍ସରସାଇଜ କରିବାକୁ ଭୁଲନ୍ତି ନାହିଁ। ଶରୀର ପାଇଁ ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ସେ ବେଶ ଚର୍ଚ୍ଚିତ। ତେବେ ଏହାର କାରଣ କ’ଣ ଜାଣନ୍ତି। କୋହଲି ସଫା ପାଣି ପିଇବାକୁ ବେଶି ପସନ୍ଦ କରନ୍ତି। ସେ ସର୍ବଦା ଇଭିଆନ କମ୍ପାନୀ ବଟଲ ପାଣି ପିଅନ୍ତି। ପ୍ରତ୍ୟେକ ଲିଟର ପିଛା ଏହାର ଦାମ୍ ୬୦୦ ଟଙ୍କା। ଏହାକୁ ସେ ଫ୍ରାନ୍ସରୁ ମଗାନ୍ତି। ଇଭିଆନ ପାଣି ଟପ୍ କ୍ରୀଡ଼ାବିତ ଓ ସେଲିବ୍ରିଟିମାନେ ବ୍ୟବହାର କରିଥାନ୍ତି। ଏହି ବ୍ରାଣ୍ଡର ପାଣି ଶରୀରର ଓଜନ କମାଇବାରେ ସାହାଯ୍ୟ କରିବା ସହ ମାନସିକ ସ୍ଥିତିକୁ ସକାରାତ୍ମକ ରଖେ। ଏହି ବ୍ରାଣ୍ଡର ପାଣିର ଲିଟର ପିଛା ଦର ୬୦୦ରୁ ଆରମ୍ଭ କରି ୩୬,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହା ଆମ ଦେଶରେ ବ୍ୟବହାର ହେଉଥିବା ସବୁଠୁ ଦାମୀ ପାଣି।