Categories: ଖେଳ

କୋହଲି ଶ୍ରେଷ୍ଠ ଖେଳାଳି: ଆଫ୍ରିଦୀ

ନୂଆଦିଲ୍ଲୀ,୧୯।୯: ପୂର୍ବତନ ପାକିସ୍ତାନ ଅଧିନାୟକ ତଥା ଅଲରାଉଣ୍ଡର ଶାହିଦ ଆଫ୍ରିଦୀ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ ପରେ କୋହଲିଙ୍କୁ ଶ୍ରେଷ୍ଠ ଖେଳାଳି ବୋଲି ଅଭିହିତ କରିଛନ୍ତି ଆଫ୍ରିଦୀ। ୩୦ ବର୍ଷିୟ କୋହଲି ଅପରାଜିତ ୭୨ ରନ୍‌ର ଇନିଂସ ଖେଳି ଭାରତୀୟ ଦଳକୁ ସହଜ ବିଜୟ ଆଣି ଦେଇଥିଲେ। ଏଥିରେ ୪ ଚୌକା ଓ ୩ ଛକା ସାମିଲ ଥିଲା। ଏହି ଇନିଂସ ପାଇଁ କୋହଲିଙ୍କୁ ଆଇସିସି ଟୁଇଟ କରି ଶୁଭେଚ୍ଛା ଜଣାଇଥିଲା। ଏହି ଟୁଇଟ୍‌କୁ ରିଟୁଇଟ୍‌ କରି ଆଫ୍ରିଦୀ ଲେଖିଛନ୍ତି, ତୁମେ ଜଣେ ଶ୍ରେଷ୍ଠ ଖେଳାଳି। ଭବିଷ୍ୟତରେ ତୁମେ ଆହୁରି ସଫଳ ହୁଅ। ସମଗ୍ର ବିଶ୍ୱର କ୍ରିକେଟ ପ୍ରଶଂସକଙ୍କୁ ଏମତି ଏଣ୍ଟରଟେନ କରିବା ଜାରି ରଖ। ଉକ୍ତ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କୁ ପଛରେ ପକାଇ ଟି୨୦ ଫର୍ମାଟରେ ସର୍ବାଧିକ ରନ୍‌ କରିବାର ରେକର୍ଡ ହାତେଇଛନ୍ତି କୋହଲି। ଭାରତୀୟ ଅଧିନାୟକ ୭୧ ମ୍ୟାଚ୍‌ରେ ୨୪୪୧ ରନ୍‌ କରିଥିବାବେଳେ ରୋହିତ ୯୭ ମ୍ୟାଚ୍‌ରୁ ୨୪୩୪ ରନ୍‌ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କୌତୁହଳର କଥା ହେଉଛି, କୋହଲି ୧୧ଥର ପାଇଁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇ ଆଫ୍ରିଦୀଙ୍କ ସମ୍ମକକ୍ଷ ହୋଇଛନ୍ତି। ଟି୨୦ ଫର୍ମାଟରେ ସର୍ବାଧିକ ଥର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହେବାର ରେକର୍ଡ ଆଫଗାନିସ୍ତାନର ମହମ୍ମଦ ରସିଦଙ୍କ ନାମରେ ରହିଛି। ସେ ଏପର୍ଯ୍ୟନ୍ତ ୧୨ଥର ଶ୍ରେଷ୍ଠ ଖେଳାଳି ହାତେଇ ସାରିଛନ୍ତି।

Share