Categories: ଖେଳ

କୋହଲି, ସ୍ମିଥଙ୍କ ରେକର୍ଡ ଭାଙ୍ଗିଲେ ନେପାଳ ଅଧିନାୟକ

କାଠମାଣ୍ଡୁ ,୩୦।୯: ନେପାଳ କ୍ରିକେଟ ଦଳର ଅଧିନାୟକ ପାରସ ଖାଡ୍‌କା ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହାଇଛନ୍ତି। ଶନିବାର ସିଙ୍ଗାପୁର ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ଶତକ ଲଗାଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ଟାର୍ଗେଟର ପିଛା କରୁଥିବାବେଳେ ଶତକ ଲଗାଇବାରେ ଖାଡ୍‌କେ ପ୍ରଥମ ଅଧିନାୟକ। ସେ ୪୯ ତମ ବଲରେ ଶତକ ଲଗାଇଥିଲେ, ଯାହାକି ଏସିଆନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ୪ର୍ଥ ଦ୍ରୁତତମ। ୫୨ ବଲର ସମ୍ମୁଖୀନ ହୋଇ ୧୦୬ ରନ୍‌ କରିଥିଲେ। ତାଙ୍କ ଇନିଂସରେ ୭ ଚୌକା ଓ ୯ ଛକା ସାମିଲ ଥିଲା। ଏଥିଯୋଗୁ ନେପାଳ ୪ ଓଭର ପୂର୍ବରୁ ୯ ଉଇକେଟ ହାତରେ ରଖି ୧୫୨ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ଏଥିପୂର୍ବରୁ ନେଦରଲାଣ୍ଡର ପିଟର ସିଲାରଙ୍କ ୯୬ ରନ୍‌ର ଇନିଂସ ଥିଲା ଅନ୍ତର୍ଜାତୀୟ କ୍ରିକେଟରେ ବିଜୟ ଲକ୍ଷ୍ୟର ପିଛା କରୁଥିବାବେଳେ ଅଧିନାୟକଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଏହି ତାଲିକାରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ (୨୦୧୫, ଇଂଲଣ୍ଡ ବିପକ୍ଷରେ ୯୦) ଓ ଓ୍ବେଷ୍ଟଇଣ୍ଡିଜର କ୍ରିସ ଗେଲ (୨୦୦୯, ଅଷ୍ଟେଲିଆ ବିପକ୍ଷରେ ୮୮) ରହିଛନ୍ତି। ଏଥିରେ ଭାରତୀୟ ଅଧିନାୟକ ବିରାଟ କାହଲିଙ୍କ ୮୨ ରନ୍‌ର ଇନିଂସ ରହିଛି। ୨୦୧୭, ଶ୍ରୀଲଙ୍କା ବିପକ୍ଷରେ ସେ ଏହି ଇନିଂସ ଖେଳିଥିଲେ। ଖାଡ୍‌କା ଦିନିକିଆ କ୍ରିକେଟରେ ଶତକ ହାସଲ କରିଥିବା ଦେଶର ପ୍ରଥମ କ୍ରିକେଟର। ଏପର୍ଯ୍ୟନ୍ତ ଦୁଇ ଥର ଟପ୍‌ ୧୦ ମଧ୍ୟରେ ସ୍ଥାନ ପାଇସାରିଛନ୍ତି। ଉଲ୍ଲେଖଥାଉ କି, ସିଙ୍ଗାପୁର ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭରରେ ୩ ଉଇକେଟ ହରାଇ ୧୫୧ ରନ୍‌ କରିଥିଲା। ଦଳ ପାଇଁ ଅଧିନାୟକ ଟିମ ଡାଭିଡ ୬୪ ରନ୍‌ର ଇନିଂସ ଖେଳିଥିଲେ। ବିଜୟୀ ଦଳ ପାଇଁ ଷ୍ଟାର ସ୍ପିନର ସନ୍ଦୀପ ଲାମିଚାନେ ଉଇକେଟ ନେଇ ନ ଥିଲେ ମଧ୍ୟ ୪ ଓଭରରେ ମାତ୍ର ୧୮ ରନ୍‌ ଖର୍ଚ୍ଚ କରିଥିଲେ।

Share