କୋହଳ ହେଲା ନିୟମ: ହେଲେ କେଉଁ ଦୋକାନ ଖୋଲିବ ତାହା ନିଷ୍ପତ୍ତି ନେବେ ଜିଲାପାଳ, କମିଶନର

ଭୁବନେଶ୍ୱର,୨୫।୪(ବ୍ୟୁରୋ): କୋହଳ ହୋଇଛି ଦୋକାନ ଖୋଲିବା ନିୟମ। ପୂର୍ବରୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ନିୟମ ଥିବା ବେଳେ ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ କିଛିଟା କୋହଳ କରାଯାଇଛି। ଏପରିକି ରାଜ୍ୟ ସରକାର ସର୍ତ୍ତ ରଖି ଦୋକାନ ଖୋଲିବାକୁ କହିଛନ୍ତି। ହେଲେ କେଉଁ ଦୋକାନ ଖୋଲିବ ସେ ନେଇ ଜିଲାପାଳ, କମିଶନର ନିଷ୍ପତ୍ତି ନେବେ। ଜିଲାରେ କେଉଁ ଦୋକାନ ଖୋଲିବ ସେ ନେଇ ଜିଲାପାଳ ନିଷ୍ପତ୍ତି ନେବେ। ସେହିଭଳି ସହରାଞ୍ଚଳରେ କେଉଁ ଦୋକାନ ଖୋଲିବ ସେ ନେଇ ମ୍ୟୁନିସିପାଲ କମିଶନର କହିବେ। ଏପରିକି କେଉଁ ଦୋକାନ ଖୋଲିବ, କେଉଁ ସମୟରେ ଖୋଲିବ ସେ ନିଷ୍ପତ୍ତି ନେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Share