Categories: ଖେଳ

କୋ ଆଇଏଏଏଫ୍‌ ମୁଖ୍ୟ ଭାବେ ପୁନଃ ନିର୍ବାଚତ

ଦୋହା,୨୬।୯(ଏଏଫ୍‌ପି)- ବ୍ରିଟେନର ବରିଷ୍ଠ କ୍ରୀଡ଼ା ପ୍ରଶାସକ ସେବାଷ୍ଟିଆନ କୋ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବୁଧବାର ଅନ୍ତର୍ଜାତୀୟ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ (ଆଇଏଏଏଫ୍‌)ର ଅଧ୍ୟକ୍ଷ ଭାବେ ପୁନଃ ନିର୍ବାଚତ ହୋଇଛନ୍ତି। ପୂର୍ବତନ ଅଲିମ୍ପିକ ଓ ବିଶ୍ୱ ଚାମ୍ପିୟନ ମିଡ୍‌ ଡିଷ୍ଟାନ୍ସ ରନର ୬୨ ବର୍ଷୀୟ କୋ ପୂର୍ବରୁ ୨୦୧୫ରେ ମଧ୍ୟ ବିଶ୍ୱ ଆଥଲେଟିକ୍ସର ଏହି ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥାର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଆଉ ଦୁଇ ଦିନ ପରେ ଏଠାରେ ବିଶ୍ୱ ଆଥଲେଟିକ ଚାମ୍ପିୟନଶିପ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ମତଦାନରେ ବିପୁଳ ବିଜୟ ହାସଲ କରି ସେ ପୁଣି ଥରେ ଏହି ହାଇପ୍ରୋଫାଇଲ ପଦକୁ ନିର୍ବାଚିତ ହୋଇଛନ୍ତି। ଏ ନେଇ ହୋଇଥିବା ମତଦାନରେ ସେ ୨୦୩ ଖଣ୍ଡ ଭୋଟ ପାଇଥିଲେ। ବୁଧବାର ଏଠାରେ ହୋଇଥିବା ଆଇଏଏଏଫ୍‌ର କଂଗ୍ରେସରେ ମତଦାନ ହୋଇଥିଲା। ନିଜର ପ୍ରଥମ କାର୍ଯ୍ୟକାଳରେ କୋ ଆଥଲେଟିକ୍ସର ଉନ୍ନତି ପାଇଁ ବହୁ କାର୍ଯ୍ୟ କରିଛନ୍ତି। ସେ ଏକ ସ୍ବାଧୀନ ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ ଗଠନ କରିଥିଲେ। ଏହା କ୍ରୀଡ଼ାରେ ଦୁର୍ନୀତି ତଥା ନିଶା ନିବାରଣ ପାଇଁ ଜାଗ୍ରତ ପ୍ରହରୀ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲା। ରୁଷିଆରେ ହୋଇଥିବା ଡୋପିଂ ମାମଲାକୁ ସେ ସଫଳତାର ସହ ନିୟନ୍ତ୍ରଣକୁ ଆଣିବାକୁ ପ୍ରୟାସ କରି ସଫଳ ହୋଇଥିଲେ। ଡୋପିଂ ପାଇଁ ରୁଷିଆକୁ ୨୦୧୫ ନଭେମ୍ବରରେ ବାସନ୍ଦ କରିବା ନେଇ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଉଲ୍ଲେଖଥାଉ କି, ଜଣେ ମିଡ୍‌ ଡିଷ୍ଟାନ୍ସ ରନର ଭାବେ କୋ ୪ଟି ଅଲିମ୍ପିକ ପଦକ ହାସଲ କରିଥିଲେ।

Share