Categories: ଜାତୀୟ

କୌଣସି କାମ ଛୋଟ ନୁହେଁ: ଜନନୀ

ହାଇଦ୍ରାବାଦ,୧୯।୧୦: ତେଲେଙ୍ଗାନା ହାଇଦ୍ରାବାଦର ୨୦ ବର୍ଷିୟା ଯୁବତୀ ଜନନୀ ରାଓ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। କାରଣ ସାମାଜିକ କଟକଣାକୁ ଭାଙ୍ଗି ସେ ଏବେ ସାଜିଛନ୍ତି ଫୁଡ୍‌ ଡେଲିଭରି ଏକଜ୍ୟୁକିଟିଭ। ଅନ୍‌ଲାଇନ୍‌ ଫୁଡ୍‌ ଅଡରିଂ ଆଣ୍ଡ ଡେଲିଭରି ପ୍ଲାଟଫର୍ମ ସ୍ବିଗିରେ ସେ ଏବେ ଡେଲିଭରି ଏଜେଣ୍ଟ ଭାବେ କାମ କରୁଛନ୍ତି। ତାଙ୍କ ମତରେ କୌଣସି କାମ ଛୋଟ ନୁହେଁ। ଗତ ପ୍ରାୟ ଅଢେଇ ମାସ ତଳେ ସେ ଏହି କାମ ଆରମ୍ଭ କରିଥିବା କୁହନ୍ତି। ଆଉ ଏହି କାମ ତାଙ୍କୁ ଖୁସି ଦେଇଛି ବୋଲି ସେ ପ୍ରକାଶ କରିଛନ୍ତି। ୟାରି ଭିତରେ ସେ ବିଭିନ୍ନ ଗ୍ରାହକଙ୍କୁ ଭେଟିଛନ୍ତି ଯେଉଁମାନେ ଭିନ୍ନ ଭିନ୍ନ। ତେଣୁ ଏମିତି ଅନୁଭୁତି ବି ତାଙ୍କ ପାଇଁ ନୂଆ ବୋଲି ସେ କହିଛନ୍ତି। ଗ୍ରାହକମାନେ ତାଙ୍କର ଏହି କାମକୁ ପ୍ରଶଂସା କରୁଛନ୍ତି। ଆଉ ସୁରକ୍ଷା କଥା ପ୍ରଶ୍ନ ଆସିବାରୁ ଜନନୀ କହିଛନ୍ତି ହାଇଦ୍ରାବାଦ ସହର ସୁରକ୍ଷିତ ସହର ଭାବେ ପରିଚିତ। ତେଣୁ ଏଠାକାର ମହିଳାମାନେ ବାହାରକୁ ଆସନ୍ତୁ ନିଜେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ।

Share