Categories: ଜାତୀୟ

କୌରବଙ୍କ ରାଜଧାନୀର ପୁନଃ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଲେ ଯୋଗୀ ସରକାର

ଲକ୍ଷ୍ନୌ,୬।୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ମିରଟ ଜିଲାରେ ଥିବା କୌରବଙ୍କ ରାଜଧାନୀ ହସ୍ତିନାପୁରର ପୁନଃ ନିର୍ମାଣ ପାଇଁ ଦାୟିତ୍ୱ ନେଇଛନ୍ତି। ମହାଭାରତ ସମୟରୁ ରହିଥିବା ଏହି ସହରର ବିକାଶ ପାଇଁ ଯୋଗୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପର୍ଯ୍ୟଟନ ମହାନିର୍ଦ୍ଦେଶକ ଓ ସଂସ୍କୃତି ନିର୍ଦ୍ଦେଶକଙ୍କୁ ହସ୍ତିନାପୁରର ପୁନଃ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। କିଛିଦିନ ପୂର୍ବରୁ ଭାଜପା ବିଧାୟକ ଯଶବନ୍ତ ସିଂହ ଆଦିତ୍ୟନାଥଙ୍କୁ ଚିଠି ଲେଖି ହସ୍ତିନାପୁରର ଦୁର୍ଦ୍ଦଶା ବିଷୟରେ କହିଥିଲେ। ୭୨ବର୍ଷରେ ହସ୍ତିନାପୁରକୁ ଧ୍ୟାନ ଦିଆଯାଇ ନ ଥିବା ବେଳେ ଏହାର ଦୁର୍ଗ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏହାର ପୁନଃ ନିର୍ମାଣ ପାଇଁ ସେ ଯୋଗୀଙ୍କୁ ନିବେଦନ କରିଥିଲେ। ତେବେ ଯୋଗୀଙ୍କ ଏହି ନିର୍ଦ୍ଦେଶ ପରେ ବିଧାୟକ ଯଶବନ୍ତ ଖୁସିବ୍ୟକ୍ତ କରିଛନ୍ତି।

Share