କ୍ବାରାଣ୍ଟାଇନରେ ଯାଜପୁର ଜିଲାର ୩ ଡାକ୍ତର, ୧୯ ନର୍ସ: ଆସିଥିଲେ ସଂକ୍ରମିତଙ୍କ ସଂସ୍ପର୍ଶରେ

ଯାଜପୁର ଅଫିସ,୨୧।୪: ଯାଜପୁର ଜିଲାର ୩ ଡାକ୍ତର ଓ ୧୯ ନର୍ସଙ୍କୁ କ୍ବାରାଣ୍ଟାଇନରେ ରଖାଯାଇଛି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।

ଯାଜପୁରର ୫ ସଂକ୍ରମିତ ପୂର୍ବରୁ ନିକଟସ୍ଥ ଡାକ୍ତରଖାନାକୁ ଯାଇଥିଲେ। ତେବେ ଏହି ୩ ଡାକ୍ତର ଓ ୧୯ ନର୍ସ ସେମାନଙ୍କ ସଂସ୍ପର୍ଶରେ ଆସିଥିଲେ। ଯାଜପୁର ସ୍ବତନ୍ତ୍ର କୋଭିଡ୍‌ କେୟାର ସେଣ୍ଟରରେ ସେମାନଙ୍କୁ ରଖାଯାଇଛି। ସେମାନଙ୍କ ସାମ୍ପଲ୍‌ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯିବ। ଏଥିସହ ସେମାନଙ୍କ ପରିବାରକୁ ମଧ୍ୟ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ କୁହାଯାଇଛି। ଏମାନେ ୧୪ ଦିନ ପର୍ଯ୍ୟନ୍ତ କ୍ବାରାଣ୍ଟାଇନରେ ରହିବେ ବୋଲି ସୂଚନା ଦିଆଯାଇଛି।

Share