କ୍ବାରାଣ୍ଟାଇନ କେନ୍ଦ୍ରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଦାବି

ଭଣ୍ଡାରିପୋଖରୀ,୩୦।୪ (ଡି.ଏନ.ଏ.)-ବାହାର ରାଜ୍ୟରେ କର୍ମଜୀବୀ ଭାବେ ବାସ କରୁଥିବା ଲୋକ ମାନେ ଘରବହୁଡା ହୋଇ ଓଡିଶାକୁ ଆସୁଛନ୍ତି ସେମାନଙ୍କ ପାଇଁ ୧୪ ଦିନିଆ କ୍ବାରାଣ୍ଟାଇନ ବ୍ୟବସ୍ଥା କରାଯାଇଛି। ତେବେ ବାହାରୁ ଆସିବାକୁ ଥିବା ଲୋକମାନଙ୍କ ମଧ୍ୟରେ ମହିଳାମାନେ ରହିଥିବା ଜଣାପଡ଼ିଛି। ଆବଶ୍ୟକ ହେଲେ ସେମାନେ ଅସ୍ଥାୟୀ ସ୍ବାସ୍ଥ୍ୟସେବା ଶିବିରରେ କ୍କାରାଣ୍ଟାଇନ ରହିବେ। ତେଣୁ ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଭାଜପା ମହିଳା ମୋର୍ଚ୍ଚା ଭଦ୍ରକ ଜିଲା ଆଇଟି ସେଲ ସଂଯୋଜିକା ତପସ୍ବିନୀ ମହାପାତ୍ର ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି। ଏନେଇ ସେ ଭଦ୍ରକ ଜିଲାପାଳଙ୍କ ସମେତ ଭଣ୍ଡାରିପୋଖରୀ ବିଡିଓଙ୍କୁ ମଧ୍ୟ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି।