କ୍ବାରାଣ୍ଟାଇନ କେନ୍ଦ୍ରରେ ଯୁବକଙ୍କୁ ସାପ କାମୁଡିଲା

ସଜନାଗଡ, ୧୮ା୫(ଡି.ଏନ.ଏ.)-ବାଲେଶର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ ସେବାଶ୍ରମ କ୍ବାରାଣ୍ଟାଇନ କେନ୍ଦ୍ରରେ ରହୁଥିବା ତେଲିପାଳ ପଞ୍ଚାୟତ ବାସିନ୍ଦା ତେଲେଙ୍ଗାନା ଫେରନ୍ତା କୃଷ୍ଣ ରାଉତ (୨୨) ସୋମବାର ସାରେ ସାପ କାମୁଡାରେ ଗୁରୁତର ହୋଇପଡିଛନ୍ତି। ତାଙ୍କର ଚିକିତ୍ସା ପାଇଁ ପ୍ରଥମେ ବରହମପୁର ଓ ପରେ ନୀଳଗିରି ଚିକିତ୍ସାଳୟକୁ ନିଆଯାଇଛି। ଏବେ ସେ ନୀଳଗିରି ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।