କ୍ବାରାଣ୍ଟାଇନ ସେଣ୍ଟରରେ ଶିଶୁକନ୍ୟାର ଜୀବନ ଗଲା

ସରଣ୍ଡା,୨୭।୫(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ଲରାସରା ପଞ୍ଚାୟତ ଅନ୍ତର୍ଗତ ଖଇରପାଲା କ୍ବାରାଣ୍ଟାଇନ ସେଣ୍ଟରରେ ପରିବାରସହ ରହୁଥିବା ଏକ ଶିଶୁକନ୍ୟାର ବୁଧବାର ସକାଳେ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଖବର ପାଇ କ୍ବାରାଣ୍ଟାଇନ ସେଣ୍ଟରକୁ ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ପ୍ରକାଶ ଯେ, ମୃତ ଶିଶୁକନ୍ୟାର ପରିବାର ଆନ୍ଦ୍ରପ୍ରଦେଶର ବିଜୟଓ୍ବାଡ଼ା ଯାଇଥିଲେ। ସେଠାରୁ ଫେରିବା ପରେ ସେମାନେ କ୍ବାରାଣ୍ଟାଇନ ସେଣ୍ଟରରେ ରହିଥିଲେ।

Share