Posted inଖେଳ

କ୍ରମାଗତ ତୃତୀୟ ବିଜୟ ଲକ୍ଷ୍ୟରେ ଆରସିବି

ବେଙ୍ଗାଲୁରୁ, ୨୪।୪(ପି.ଟି.)-ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୧୨)ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମ୍ୟାଚ ଏଠାରେ ଅନୁଷ୍ଠିତ ହେବ। ଖରାପ ଆରମ୍ଭ କରିଥିବା ଆରସିବି ଗତ ୨ଟି ମ୍ୟାଚରେ ବିଜୟୀ ହୋଇଥିବାରୁ ଏହି ଧାରା ବଜାୟ ରଖିବା ଆଶାରେ ରହିଛି। ମେମୋଣ୍ଟମ ଧରି ରଖି ବିଜୟରେ ହ୍ୟାଟ୍ରିକ କରିବା ଏହି ଦଳର ମୁଖ୍ୟ ଲକ୍ଷ୍ୟ।

ଆରସିବି ଓ ଚେନ୍ନାଇ ସୁପରକିଙ୍ଗ୍ସ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକ ହୋଇଥିଲା। ଶେଷରେ ୧ ରନରେ ବିଜୟୀ ହୋଇଥିଲା ବିରାଟ କୋହଲିଙ୍କ ଦଳ। ଶେଷ ଓଭରରେ ଧୋନୀ ଧମାକା ସତ୍ତ୍ୱେ ବିଜୟ ସମ୍ଭବ ହୋଇଥିବାରୁ ଆରସିବି ଖେଳାଳିଙ୍କ ମନୋବଳ ବଢ଼ିଛି। ଗତ ମ୍ୟାଚରେ କୋହଲି ଏବଂ ଏବି ଡିଭିଲର୍ସ କ୍ଲିକ୍‌ କରି ନ ଥିଲେ। ଏହି ବିଫଳତା ସେମାନଙ୍କୁ ଆଗାମୀ ମ୍ୟାଚରେ ବଡ଼ ସ୍କୋର କରିବାକୁ ନିଶ୍ଚିତ ପ୍ରେରୀତ କରିବ। କିଙ୍ଗ୍ସ ଇଲେଭେନ ବିପକ୍ଷ ପ୍ରଥମ ଚରଣ ମ୍ୟାଚରେ କୋହଲି ୬୭ ଓ ଡିଭିଲର୍ସ ଅପରାଜିତ ୫୯ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ଏହା ଆଗାମୀ ମ୍ୟାଚରେ ସେମାନଙ୍କୁ ନିଶ୍ଚିତ ସହାୟତା କରିବ। କ୍ରମାଗତ ୬ ପରାଜୟ ପରେ ପଞ୍ଜାବ ବିପକ୍ଷରେ ହିଁ କୋହଲିଙ୍କ ଦଳ ବିଜୟ ସ୍ବାଦ ଚାଖିଥିଲା। ତେବେ ଡେଲ୍‌ ଷ୍ଟେଇନ ଆସିବା ସତ୍ତ୍ୱେ ଦଳର ବୋଲିଂ ଚିନ୍ତାର କାରଣ ହୋଇଛି। ଡେଥ୍‌ ଓଭର ବୋଲିଂ ବିଫଳତା ଯୋଗୁ ଗତ ମ୍ୟାଚରେ ଧୋନୀ ଏକପ୍ରକାର ମ୍ୟାଚ ଛଡ଼ାଇନେଇଥିଲେ କହିଲେ ଭୁଲ ହେବନି। ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୧୬୧ ରନ କରିଥିଲା। ଶେଷ ଓଭରର ୬ ବଲ୍‌ରୁ ୨୬ ରନ ଥିଲେ ହେଁ ଦଳର ସ୍ଥିତି ଅସମ୍ଭାଳ ହୋଇ ଯାଇଥିଲା। ଧୋନୀ ବିସ୍ଫୋରକ ବ୍ୟାଟିଂ କରିବାରୁ ଶେଷ ବଲ୍‌ରୁ ଚେନ୍ନାଇକୁ ମାତ୍ର ୨ ରନ ଆବଶ୍ୟକ ହେଉଥିଲା। ଉଇକେଟ କିପର ପାର୍ଥିବ ପଟେଲ ମ୍ୟାଚ ବଞ୍ଚାଇ ଦେଇଥିଲେ ଏବଂ ଶାର୍ଦ୍ଦୁଳ ଠାକୁରଙ୍କୁ ରନ ଆଉଟ କରିବାରୁ ଆରସିବି ପାଇଁ ୧ ରନର ବିଜୟ ସମ୍ଭବ ହୋଇଥିଲା। ୧୦ ଗେମ୍‌ରୁ କୋହଲିଙ୍କ ଦଳପାଇଁ ଏହାଥିଲା ମାତ୍ର ୩ୟ ବିଜୟ। ପଞ୍ଜାବ ୧୦ ମ୍ୟାଚରୁ ୫ମ ବିଜୟ ସହ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି। ମୋମେଣ୍ଟମକୁ ସାଥିକରି ଏହି ଦଳ ବିପକ୍ଷରେ ଆଉ ଏକ ବିଜୟ ଲକ୍ଷ୍ୟରେ ରହିଛି ଆରସିବି।

ରବିଚନ୍ଦ୍ରନ ଅଶ୍ୱିନଙ୍କ ନେତୃତ୍ୱାଧୀନ କିଙ୍ଗ୍ସ ଇଲେଭେନ ପ୍ରଦର୍ଶନରେ ମଧ୍ୟ ସ୍ଥିରତା ରହିନାହିଁ। ଫଳସ୍ବରୂପ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌, ଲୋକେଶ ରାହୁଲ ଓ ଡେଭିଡ ମିଲରଙ୍କ ଉପସ୍ଥିତି ସତ୍ତ୍ୱେ ଏହି ଦଳ ପ୍ଲେ-ଅଫ୍‌ରେ ନିଜର ସ୍ଥାନ ସୁରକ୍ଷିତ କରି ପାରିନାହିଁ। ତେବେ ଆଗାମୀ ମ୍ୟାଚରେ ଆରସିବିର ଦୁର୍ବଳ ବୋଲିଂରୁ ଫାଇଦା ନେବାକୁ ଏହି ଦଳ ଲକ୍ଷ୍ୟ ରଖିଛି। ପେସର ମହମ୍ମଦ ସାମି ଏବଂ ସ୍ପିନର ଅଶ୍ୱିନ ପଞ୍ଜାବ ପାଇଁ ଏପର୍ଯ୍ୟନ୍ତ ସଫଳ ବୋଲର ସାବ୍ୟସ୍ତ ହୋଇ ଆସିଛନ୍ତି। ଆଗାମୀ ମ୍ୟାଚରେ ମଧ୍ୟ ଦଳ ତାଙ୍କଠାରୁ ଏପରି ପ୍ରଦର୍ଶନ ଆଶା କରୁଛି। ଅନ୍ୟମାନଙ୍କ ମଧ୍ୟରେ ଅଙ୍କିତ୍‌ ରାଜପୁତ, ସାମ୍‌ କୁରାନ, ହର୍ଡୁସ ଭିଲଜନ ଓ ଆଣ୍ଡ୍ର୍ୟୁ ଟାଇଙ୍କୁ ନେଇ ପଞ୍ଜାବର ବୋଲିଂ ବିଭାଗ ବେଶ୍‌ ସନ୍ତୁଳିତ। ତେବେ ପ୍ରଦର୍ଶନରେ ଅସ୍ଥିରତା ଦଳକୁ ଏପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନରେ ପହଞ୍ଚାଇ ପାରିନାହିଁ। ଚଳିତ ସିଜନରେ ଦଳ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧୪ ରନରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିବାବେଳେ ପରବର୍ତ୍ତୀ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ନିକଟରୁ ୨୮ ରନରେ ହାରି ଯାଇଥିଲା। ୩ୟ ଓ ୪ର୍ଥ ମ୍ୟାଚକୁ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଯଥାକ୍ରମେ ୮ ଉଇକେଟରେ ଏବଂ ୧୪ ରନରେ ଜିତିଥିଲେ ହେଁ ୫ମ ମ୍ୟାଚରେ ଚେନ୍ନାଇ ପକ୍ଷରୁ ୨୨ ରନରେ ହାରି ଯାଇଥିଲା। ପରେ ସନ୍‌ ରାଇଜର୍ସ ହାଇଦ୍ରାବାଦକୁ ୬ ଉଇକେଟରେ ହରାଇଥିବାବେଳେ ମୁମ୍ବାଇ ପାଖରୁ ୩ ଉଇକେଟରେ ଏବଂ ବାଙ୍ଗାଲୋରଠାରୁ ୮ ଉଇକେଟରେ ହାରି ଯାଇଥିଲା। ସେହିପରି ପରବର୍ତ୍ତୀ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧୨ ରନରେ ହରାଇଥିଲେ ହେଁ ଦିଲ୍ଲୀ ନିକଟରୁ ୫ ଉଇକେଟରେ ହାରି ଆଗାମୀ ମ୍ୟାଚ ଖେଳିବାକୁ ଯାଉଛି।

ଅନ୍ୟପକ୍ଷରେ ଆରସିବି ପ୍ରତିପକ୍ଷ ଚେନ୍ନାଇ, ମୁମ୍ବାଇ, ହାଇଦ୍ରାବାଦ, ରାଜସ୍ଥାନ, କୋଲକାତା ଏବଂ ଦିଲ୍ଲୀଠାରୁ କ୍ରମାଗତ ୬ ମ୍ୟାଚରେ ପରାଜିତ ହେବାପରେ ପଞ୍ଜାବ ବିପକ୍ଷରେ ବିଜୟୀ ହୋଇ ନୂଆ ଜୀବନ ପାଇଥିଲା। ପରବର୍ତ୍ତୀ ମ୍ୟାଚରେ ମୁମ୍ବାଇଠାରୁ ୫ ଉଇକେଟରେ ହାରିଥିଲେ ହେଁ କ୍ରମାଗତ ୨ଟି ମ୍ୟାଚରେ କୋଲକାତାକୁ ୧୦ ରନରେ ଏବଂ ଚେନ୍ନାଇକୁ ୧ ରନରେ ହରାଇ ବିଜୟ ପଥରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତଙ୍କ ନେଇ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ପ୍ରଶଂସକ

ନୂଆଦିଲ୍ଲୀ,୧୪।୩: ନିକଟରେ, ଭାରତୀୟ କ୍ରିକେଟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଥିଲା। ଏହା ପରେ ରୋହିତ ଶର୍ମା ସ୍ପଷ୍ଟ କରିଥିଲେ ଯେ...

IPL 2025: ଅକ୍ଷର ପଟେଲ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ

ମୁମ୍ବାଇ,୧୪ା୩: ଆଇପିଏଲ ୨୦୨୫ ପାଇଁ ଅକ୍ଷର ପଟେଲଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ର ଅଧିନାୟକ ନିଯୁକ୍ତ କରାଯାଇଛି। ସେ ୨୦୧୯ ମସିହାରୁ ଦିଲ୍ଲୀ ସହିତ ଅଛନ୍ତି ଏବଂ ଗତ...

IPL 2025: ଇତିହାସ ରଚିବେ ବିରାଟ କୋହଲି, ୧୮ତମ ସିଜନରେ କରିବେ ଏସବୁ ରେକର୍ଡ

ନୂଆଦିଲ୍ଲୀ,୧୪।୩: ଚାମ୍ପିୟନ୍ସ ଟ୍ରଫି ୨୦୨୫ ପରେ, ଏବେ ଭାରତୀୟ ପ୍ରଶଂସକମାନେ IPL ୨୦୨୫ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଆଇପିଏଲର ୧୮ତମ ସିଜିନ ୨୨...

WPL: ଦିଲ୍ଲୀ-ମୁମ୍ବାଇ ଫାଇନାଲ

ମୁମ୍ବାଇ,୧୩ା୩: ସ୍ଥାନୀୟ ବ୍ରାବୋର୍ନ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓମେନ (ଏମଆଇଡବ୍ଲ୍ୟୁ) ୪୭ ରନରେ ଗୁଜରାଟ ଜାଏଣ୍ଟ୍ସ ଓମେନ (ଜିଜିଡବ୍ଲ୍ୟୁ)କୁ ପରାସ୍ତ...

ରୋହିତଙ୍କ ଅବସର ସମ୍ପର୍କରେ ଏଭଳି କହିଲେ ଡି’ ଭିଲିୟସ

ନୂଆଦିଲ୍ଲୀ,୧୩ା୩: ଦକ୍ଷିଣ ଆଫ୍ରିକାର ମହାନ୍‌ ବ୍ୟାଟର ଏବି ଡି’ ଭିଲିୟର୍ସଙ୍କ ମତରେ ରୋହିତ ଶର୍ମାଙ୍କ ପାଖରେ ଅବସର ନେବା ଲାଗି କିଛି କାରଣ ନାହିଁ। ଏଥିସହିତ...

ନ୍ୟାଶ୍‌ନାଲ ଟି୨୦ ଚାମ୍ପିୟନଶିପ୍‌ରୁ ଓହରିଲେ ବାବର

କରାଚୀ,୧୩।୩: ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ଲାଗି ଘୋଷିତ ପାକିସ୍ତାନ ଦଳରୁ ବାଦ୍‌ ପଡ଼ିଥିବା ପୂର୍ବତନ ଅଧିନାୟକ ବାବର ଆଜମ ନ୍ୟାଶନାଲ ଟି୨୦ ଚାମ୍ପିୟନଶିପରୁ ଓହରିବାକୁ...

IPL 2025: DCର ଅଧିନାୟକତ୍ୱ ବିତର୍କ ମଧ୍ୟରେ ବଡ଼ ବୟାନ ହେଲେ KL Rahul

ନୂଆଦିଲ୍ଲୀ,୧୩।୩: କେଏଲ ରାହୁଲ ଆଇପିଏଲର ଆଗାମୀ ୧୮ତମ ସିଜିନରେ ତାଙ୍କର ପଞ୍ଚମ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିବାକୁ ପ୍ରସ୍ତୁତ। ୧୩୨ ଆଇପିଏଲ ମ୍ୟାଚ ଏବଂ...

ଜାତୀୟ ମାଷ୍ଟର ଗେମ୍ସ, ବିଦ୍ୟାଧରଙ୍କୁ ମିଳିଲା ସ୍ବର୍ଣ୍ଣ

ବରଗଡ଼,୧୩।୩(ପ୍ରେମାନନ୍ଦ ଖମାରୀ): ସପ୍ତମ ଜାତୀୟ ମାଷ୍ଟର ଗେମ୍ସ ପ୍ରତିଯୋଗିତାରେ ବରଗଡ଼ ଜିଲା ଅତାବିରା ବ୍ଲକ ଅଧୀନ କାଦୋବାହାଲ ଗ୍ରାମର ବିଦ୍ୟାଧର ସାହୁ କ୍ରୀଡ଼ାରେ ରେକର୍ଡ ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image