କ୍ରଶର ମିଲ୍‌ ହଟାଇବାକୁ ଉପଜିଲାପାଳଙ୍କୁ ଦାବିପତ୍ର ଦାବିପୂରଣ ନ ହେଲେ ଆନ୍ଦୋଳନ

ବ୍ରହ୍ମପୁର ଅଫିସ,୩୧ା୧୨-ବ୍ରହ୍ମପୁର-ଲାଠି ମୁଖ୍ୟରାସ୍ତା ପାର୍ଶ୍ୱରେ ଚାଲୁ ରହିଥିବା କ୍ରଶର ମିଲ ସମ୍ପୂର୍ଣ୍ଣ ବେଆଇନ ା ଏହାକୁ ତୁରନ୍ତ ହଟାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ା ଏ ନେଇ ସୋମବାର ଅଞ୍ଚଳବାସୀ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ା ବ୍ରହ୍ମପୁରରୁ ଲାଠିକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ୱରେ ଦୀର୍ଘ ବର୍ଷ ଧରି ଏକ କ୍ରଶର ମିଲ ରହିଛି। ଫଳରେ ଉକ୍ତ ଅଞ୍ଚଳରେ ରହୁଥିବା ପ୍ରାୟ ୮୦ ପରିବାର ମିଲରୁ ବାହାରୁଥିବା ପ୍ରଦୂଷଣ ଦ୍ୱାରା ପ୍ରଭାବିତ ହେଉଛନ୍ତି। ମିଲରୁ ପଥର ଗୁଣ୍ଡ ଅଞ୍ଚଳର ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି ା ଏଥିଯୋଗୁ ଆକାଶ ଅନେକ ସମୟରେ ଧୂଅଁାଳିଆ ରହୁଛି ା ଏହାର ପ୍ରଭାବରେ ଅଞ୍ଚଳବାସୀ ଆଲର୍ଜି, ଆଜମା, ମୁଣ୍ଡବ୍ୟଥା ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି ା ଅନ୍ୟପକ୍ଷରେ ଉକ୍ତ ମିଲର ୨୦୧୨ରୁ ଲାଇସେନ୍ସ ଶେଷ ହୋଇଥିବା ସତ୍ତ୍ୱେ ଏହା ଅଦ୍ୟାବଧି ପରିଚାଳିତ ହେଉଛି ା ତେଣୁ ବେଆଇନ ଭାବେ ଚାଲିଥିବା କ୍ରସର ମିଲକୁ ଉକ୍ତ ଅଞ୍ଚଳରୁ ତୁରନ୍ତ ହଟାଯିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ା ଆସନ୍ତା ଏକ ମାସ ମଧ୍ୟରେ ପଦକ୍ଷେପ ଗ୍ରହଣ କରା ନ ଗଲେ ଅଞ୍ଚଳବାସୀ ଆନ୍ଦୋଳନ ପନ୍ଥା ଆପଣାଇବାକୁ ଚେତାବନୀ ଶୁଣାଇଛନ୍ତି ା
ଦାବିପତ୍ର ପ୍ରଦାନ ବେଳେ ଡ. ତ୍ରିନାଥ ନାୟକ, ରାମଚନ୍ଦ୍ର ସାହୁ, ପ୍ରିତମ ପାତ୍ର, ପ୍ରଦୀପ ସାହୁ, ଦାମୋଦର ପାଢୀ ଓ ଗୋବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ା

Share