Categories: ଜାତୀୟ

କ୍ରସ୍‌ ମଦର ମିଲ୍କ ବ୍ୟାଙ୍କ ଜରିଆରେ ଅନ୍ୟର ଶିଶୁଙ୍କୁ ସ୍ତନ୍ୟପାନ କରାଇ ପାରିବେ ମା’

ଭୋପାଳ,୩୦।୭: ଅଗଷ୍ଟ ପ୍ରଥମ ସପ୍ତାହକୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଇଥାଏ। ଏବେବି ଅଧିକାଂଶ ଶିଶୁ ସ୍ତନ୍ୟପାନରୁ ବଞ୍ଚିତ ହେଉଥିବା ଦେଖାଯାଏ। ତେବେ ଭୋପାଳରେ ଏହି ସ୍ଥିତିକୁ ଦେଖିଲେ ପ୍ରାୟ ୭୦ ପ୍ରତିଶତ ଶିଶୁ ଜନ୍ମ ପରେ ପରେ ମା’ କ୍ଷୀରରୁ ବଞ୍ଚିତ ହେଉଥିବା କୁହାଯାଏ। ଏଥିପାଇଁ ଏବେ ରାଜଧାନୀର ଜେପି ହସ୍ପିଟାଲରେ କ୍ରସ୍‌ ମଦର ମିଲ୍କ ବ୍ୟାଙ୍କ ଖୋଲା ଯିବାର ଯାଜନା ରହିଛି। ଏହା ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲାଯିବ। ଏଥିରେ ଜଣେ ମା’ ଅନ୍ୟ ଜଣେ ମା’ର ଶିଶୁଙ୍କୁ ସ୍ତନ୍ୟପାନ କରାଇପାରିବେ। ଏଥିପାଇଁ କାଉନସିଲିଂ କାରାଯାଇ ବିଭିନ୍ନ ହସ୍ପିଟାଲରେ ସନ୍ତାନ ପ୍ରବସ କରିଥିବା ମାଆମାନଙ୍କୁ ଦୁଗ୍ଧ ଦାନର ମହତ୍ୱ ବିଷୟରେ ବୁଝାଇବା ସହ ସେମାନଙ୍କୁ ଦୁଗ୍ଧ ଦାନ କରିବାକୁ କୁହାଯିବ। ଅଧିକ ପରିମାଣ ଦୁଗ୍ଧ ସଂଗ୍ରହ ହେଲେ ପ୍ରଥମେ ଜେପି ହସ୍ପିଟାଲରେ ଥିବା ଶିଶୁମାନଙ୍କୁ ଦିଆଯିବ ପରେ ବଳକା ଦୁଗ୍ଧକୁ ଅନ୍ୟ ହସ୍ପିଟାଲକୁ ପଠାଇ ଦିଆଯିବାର ଯୋଜନା କରାଯାଇଛି।

Share