କଟକ ଅଫିସ, ୭ା୩: ଶହୀଦନଗର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ହାବିଲଦାରଙ୍କୁ ପୋଲିସ ଗିରଫ କରିଥିଲା। ହାବିଲଦାର ଜଣକ ପୀଡିତାଙ୍କ ପିଉସା। ଏହି ଘଟଣାକୁ ନେଇ ଶୁକ୍ରବାର ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆର୍ସି)ରେ ଏତଲା ଦିଆଯାଇଛି। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଏତଲାରେ ନିବେଦନ କରାଯାଇଛି। ମାନାବଧିକାର କର୍ମୀ ଜୟନ୍ତୀ କୁମାର ଦାସ ପକ୍ଷରୁ ଏହି ଏତଲା ଦିଆଯାଇଛି। ଏଥିସହ ପୀଡିତାଙ୍କୁ ୭ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବାକୁ ଏତଲାରେ ପ୍ରାର୍ଥନା କରାଯାଇଛି।
ଅଭିଯୁକ୍ତ ହାବିଲଦାର୍ ତାଙ୍କ ସ୍ତ୍ରୀଙ୍କ ଦେହ ଖରାପ ଥିବା ଯୋଗୁ ଝିଆରୀଙ୍କୁ ଆଣି ଘରେ ରଖିଥିଲେ। ଖାଦ୍ୟରେ ନିଶା ବଟିକା ଦେଇ ପିଉସା ନିଜ ଝିଆରୀଙ୍କୁ ବଳାକତ୍ାର କରିଥିଲେ। କ୍ୟାପିଟାଲ୍ ହସ୍ପିଟାଲରେ ଗର୍ଭପାତ ବେଳେ କଥା ପଦାକୁ ଆସିଥିଲା। ଝିଆରୀଙ୍କ ଅଭିଯୋଗକ୍ରମେ ପୋଲିସ ପିଉସାଙ୍କୁ ଗିରଫ କରିଥିଲା।