କ୍ରିକେଟକୁ ଭଲ ପାଆନ୍ତି ନାହିଁ ଖିଲାଡି ବୟଙ୍କ ପୁଅ

ମୁମ୍ବାଇ,୧୫।୭: କ୍ରିକେଟର କ୍ରେଜ୍‌ ଛୋଟଠାରୁ ବଡ ସମସ୍ତଙ୍କ ପାଖରେ ଥିବା ବେଳେ ଏଥିରୁ କିନ୍ତୁ ବାଦ୍‌ ପଡିଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟଙ୍କ ପୁଅ ଅରବ। ସେ କୁଆଡେ କ୍ରିକେଟକୁ ଭଲ ପାଆନ୍ତି ନାହିଁ ବୋଲି ଅକ୍ଷୟ ପ୍ରକାଶ କରିଛନ୍ତି। ଓ୍ବାର୍ଲଡ କପ୍‌କୁ ନେଇ ସାରା ବିଶ୍ୱ ଉତ୍ସାହିତ ଥିବା ବେଳେ ଅକ୍ଷୟଙ୍କ ଏଭଳି କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହା ପଛର କାରଣ ବି ଅକ୍ଷୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ମୁଁ କ୍ରିକେଟକୁ ବହୁତ ଭଲପାଏ ଓ ପ୍ରାୟ ସବୁ ମ୍ୟାଚ୍‌ ଦେଖିବାକୁ ଚେଷ୍ଟା କରିଥାଏ। ଯେହେତୁ ମୁଁ ଏତେ ଅଧିକ ମାତ୍ରାରେ କ୍ରିକେଟ ଦେଖିଥାଏ ସେଥିପାଇଁ ମୋ ପୁଅ କ୍ରିକେଟକୁ ପସନ୍ଦ କରେ ନାହିଁ ବୋଲି ଖିଲାଡି ବୟ ପ୍ରକାଶ କରିଛନ୍ତି। ହେଲେ ତାଙ୍କ ଝିଅ ନିତାରା ଜଣେ କ୍ରିକେଟ ପ୍ରେମୀ ବୋଲି ଅକ୍ଷୟ କହିଛନ୍ତି।

Share