Categories: ଖେଳ

କ୍ରିକେଟରଙ୍କ ଭାଲେଣ୍ଟାଇନ୍‌ ଡେ’: କାହାର ଫେସବୁକ୍‌ରେ ପ୍ରେମ, ତ ଆଉ କିଏ ପ୍ରେମ ପାଇଁ ଛାଡିଥିଲେ ଘର

ଆଜି ଭାଲେଣ୍ଟାଇନ୍‌ ଡେ’ ଅର୍ଥାତ ପ୍ରେମ ଦିବସ। ଏହି ଦିନଟି ପ୍ରେମିକା-ପ୍ରେମିକଙ୍କ ପାଇଁ ସ୍ବତନ୍ତ୍ର ଦିନ। ପ୍ରେମ ଦିବସରେ ଆମେ ଏମିତି କିଛି କ୍ରିକେଟରଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ନିଜ ପ୍ରେମକୁ ପାଇବା ପାଇଁ ଅନେକ କିଛି ପଦକ୍ଷେପ ନେଇଛନ୍ତି। କିଏ ଘରୁ ଲୁଚି ପଳାଇଛନ୍ତି ତ ଆଉ କିଏ ପଡୋଶୀଙ୍କ ଝିଅକୁ ନେଇ ଘରୁ ପଳାଇଆସିଥିଲେ।

ମହେନ୍ଦ୍ର ସିଂ ଧୋନୀ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୦୭ ଜୁଲାଇ ୪ରେ ଲୁଚିଛପି ପିଲାଦିନର ବନ୍ଧୁ ସାକ୍ଷୀଙ୍କୁ ବିବାହ କରିଥିଲେ। ଉଭୟ ଛୋଟବେଳେ ରାଞ୍ଚିର ଶ୍ୟାମଲୀ ସ୍କୁଲରେ ପାଠ ପଢୁଥିଲେ। ସ୍କୁଲ ପଢା ଶେଷପରେ ସାକ୍ଷୀଙ୍କ ପରିବାର ଡେରାଡୁନ ଚାଲିଯାଇଥିଲେ। ଏପଟେ ଧୋନୀଙ୍କ ପରିବାର ରାଞ୍ଚିରେ ହିଁ ରହିଥିଲେ।

ଅଜିଙ୍କେ ରାହାଣେ
ଭାରତୀୟ କ୍ରିକେଟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଆଜିଙ୍କେ ରାହାଣେ ପିଲାଦିନର ବାନ୍ଧବୀ ରାଧିକା ଧୋପାକରଙ୍କୁ ବିବାହ କରିଥିଲେ।

ସୁରେଶ ରାଇନା
କ୍ରିକେଟର ସୁରେଶ ରାଇନା ମଧ୍ୟ ନିଜ ପ୍ରଥମ ପ୍ରେମକୁ ବିବାହ କରିଥିଲେ। ସେ ନିଜ ସ୍କୁଲ ସାଥୀ ପ୍ରିୟଙ୍କା ଚୌଧୁରୀଙ୍କୁ ବିବାହ କରିଥିଲେ।

ସୌରଭ ଗାଙ୍ଗୁଲି
ସୌରଭ ଗାଙ୍ଗୁଲୀ ନିଜ ପିଲାଦିନର ସାଙ୍ଗ ଡୋନାଙ୍କୁ ବିବାହ କରିବା ପାଇଁ ଘର ଛାଡି ପଳେଇ ଆସିଥିଲେ।

ସଚିନ ତେନ୍ଦୁଲକର
୧୯୯୦ ମସିହାରେ ଇଂଲଣ୍ଡରୁ ଭାରତ ଫେରୁଥିବାବେଳେ ମୁମ୍ବାଇ ବିମାନ ବନ୍ଦରରେ ଅଞ୍ଜଳୀଙ୍କ ସହ ତାଙ୍କ ପ୍ରଥମଦେଖା ହୋଇଥିଲା। ପରେ ଉଭୟ ମଧ୍ୟରେ ପ୍ରେମ ଏବଂ ପରେ ବିବାହ ହୋଇଥିଲା।

ଶିଖର ଧାଓ୍ବନ
ଫେସବୁକରେ ପ୍ରଥମଥର ଆୟେଶାଙ୍କୁ ଦେଖି ଶିଖର ଧାଓ୍ବନ ପାଗଳ ହୋଇଯାଇଥିଲେ। ଏହାପରେ ଫେସବୁକ ମାଧ୍ୟମରେ ଦୁହିଁଙ୍କ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ୨୦୧୨ରେ ଉଭୟ ବିବାହ କରିଥିଲେ।

Share