Categories: ଖେଳ

କ୍ରିକେଟରୁ ଅବସର ନେଲେ ଜାକଟି

ପଣଜୀ, ୨୮ା୧୨ (ପି.ଟି.)- ଗୋଆ ସ୍ପିନର ଶଦାବ ଜାକଟି ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଗତ ଏକ ବର୍ଷ ହେଲା ତାଙ୍କ କ୍ରିକେଟ ଖେଳିବା କମିଯାଇଥିଲା। ବାମହାତୀ ରକ୍ଷଣଶୀଳ ବୋଲର ଜାକଟି ୧୯୯୮/୯୯ ସିଜନରେ ପ୍ରଥମଶ୍ରେଣୀ ପଦାର୍ପଣ କରିଥିଲେ। ସେ ତାଙ୍କ ଶେଷ ପ୍ରଥମଶ୍ରେଣୀ ମ୍ୟାଚ ୨୦୧୭ ଅକ୍ଟୋବରରେ ପଞ୍ଜାବ ବିପକ୍ଷରେ ଖେଳିଥିଲେ। ସେ ତାଙ୍କ କ୍ୟାରିୟରରେ ୯୨ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୨୭୫ ଉଇକେଟ ହାସଲ କରିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ସେ ଚେନ୍ନାଇ ସୁପର କିଙ୍ଗ୍ସ, ବର୍ତ୍ତମାନ କାର୍ଯ୍ୟକ୍ଷମ ନ ଥିବା ଗୁଜରାଟ ଲାୟନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଂଶବିଶେଷ ଥିଲେ। ଜାକଟି କିନ୍ତୁ ଭାରତୀୟ ଦଳରେ ସ୍ଥାନ ପାଇପାରି ନ ଥିଲେ।

Share