Categories: ଖେଳ

କ୍ରିକେଟରେ ଗୋଟିଏ ଦଳ ପାଇଁ ଖେଳୁଛନ୍ତି ସ୍ତ୍ରୀ-ସ୍ବାମୀ

କ୍ରିକେଟରେ ଭାଇ-ଭାଇ ଏକାଠି ଖେୁଥିବାର ତ ଆପଣ ଦେଖିଥିବେ। କିନ୍ତୁ ସ୍ବାମୀ-ସ୍ତ୍ରୀ ଗୋଟିଏ ଦଳ ପାଇଁ ଏକତ୍ର ଖେଳିବା କଥାଟା ଶୁଣିଲେ କିମ୍ବା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ। ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳର ଅଧିନାୟକ ହେଉଛନ୍ତି ଡେନ ଭାନ ନିଏକେର୍କ। ସେ ଦଳର ଅନ୍ୟ ଜଣେ ଖେଳାଳି ମାରିଜେନ କାପଙ୍କୁ ସମଲିଙ୍ଗୀ ବିବାହ କରିଛନ୍ତି। ଉଭୟ ୨୦୧୮ରେ ବିବାହ କରିଥିଲେ। ନିଏକେର୍କ ଏବଂ କାପ୍‌ ଏକାଠି ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକାକୁ ଅନେକ ମ୍ୟାଚ୍‌ ଜିତାଇଛନ୍ତି। କେବଳ ଏ ଦୁହେଁ ନୁହେଁ, ପୂର୍ବରୁ ନ୍ୟୁଜିଲାଣ୍ଡ ଖେଳାଳି ଆମୀ ସଟର୍ଥଓ୍ବେଟ ସାଥୀ ଖେଳାଳି ଲିଆ ତହୁହୁଙ୍କୁ ବିବାହ କରିଛନ୍ତି।

Share