Categories: ଖେଳ

କ୍ରିକେଟରେ ଦେଶକୁ ଚାମ୍ପିଅନ୍‌ କରିବା ପରେ ଗଲ୍ଫରେ ବି କମାଲ୍‌ କଲେ ଏହି ଖେଳାଳି

ପୁନେ,୨୨।୯: ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଳ ଦେବ କ୍ରିକେଟ୍‌ ଦୁନିଆରେ କମାଲ କରିବା ପରେ ଏବେ ଗଲ୍ଫରେ ବି ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛନ୍ତି। ୧୯୮୩ରେ ଟିମ୍‌ ଇଣ୍ଡିଆ ପ୍ରଥମଥର ବିଶ୍ୱ ଚାମ୍ପିଅନ୍‌ କରାଇଥିବା କପିଳ ଏଭିଟି ଗଲ୍ଫ ଟୁର୍ନାମେଣ୍ଟ ଟାଇଟେଲ୍‌ ଜିତିଛନ୍ତି। ସେ ୬୦ରୁ ୬୪ ବର୍ଗର ଏହି ଚାମ୍ପିଅନ୍‌ସିପ୍‌ରେ ୧୦୦ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ। ସମସ୍ତଙ୍କୁ ପଛରେ ପକାଇ କପିଳ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛନ୍ତି। ଗଲ୍ଫ ଭଳି ଟୁର୍ନାମେଣ୍ଟ ଜିତିବା ମୋ ପାଇଁ ସୌଭାଗ୍ୟର କଥା ବୋଲି କପିଳ କହିଛନ୍ତି। ଦେଶ ପାଇଁ ୨୨୬ ଏକଦିବସୀୟ ଏବଂ ୧୩୧ଟି ଟେଷ୍ଟ ମ୍ୟାଚ୍‌ ଖେଳିସାରିଥିବା କପିଳ ଦେବଙ୍କ ଉପରେ ଏକ ସିନେମା ନିର୍ମାଣ ହେଉଛି।

Share