Categories: ଖେଳ

କ୍ରିକେଟରେ ପ୍ରସିଦ୍ଧି ହାସଲ କରିଥିବା ଏହି ଖେଳାଳିଙ୍କ ପାଠପଢା କଥା ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତୀୟ କ୍ରିକେଟ ଖେଳାଳିମାନେ ପଡିଆରେ ଦମଦାର ପ୍ରଦର୍ଶନ କରୁଥିଲେ ମଧ୍ୟ ପାଠ ପଢ଼ାରେ ସେତେଟା ଭଲ ନୁହନ୍ତି। ସେମିତି କିଛି କ୍ରିକେଟରଙ୍କ ବିଷୟରେ ଜାଣନ୍ତୁ..

ବିରାଟ କୋହଲି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ। କିନ୍ତୁ ସେ ପାଠପଢାରେ ଭଲ ନ ଥିଲେ। କୋହଲି କେବଳ ସ୍କୁଲ ପଢା ହିଁ ଶେଷ କରିଛନ୍ତି।

ମହେନ୍ଦ୍ର ସିଂ ଧୋନୀ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂଙ୍କ ନାମରେ ଅନେକ ରେକର୍ଡ ରହିଛି। କ୍ରିକେଟ ପ୍ରତି ଅଧିକ ରୁଚି ରହିଥିବା କାରଣରୁ ଧୋନୀ କେବଳ ଦ୍ୱାଦଶ ପର୍ଯ୍ୟନ୍ତ ପଢିଛନ୍ତି।

ଜଶପ୍ରୀତ ବୁମରାହ
ନିଜର ନିଆରା ଶୈଳୀର ବୋଲିଂ ଆକ୍ସନ ଫଳରେ ଦୁନିଆର ଶ୍ରେଷ୍ଟ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିପାରୁଥିବା ବୁମରାହ କେବଳ ହାଇ ସ୍କୁଲ ପର୍ଯ୍ୟନ୍ତ ହିଁ ପଢିଛନ୍ତି।

ରୋହିତ ଶର୍ମା
ଭାରତୀୟ କ୍ରିକେଟର ଉପଅଧିନାୟକ ନିଜ ବ୍ୟାଟିଂ ଫଳରେ ବୋଲର୍‌ଙ୍କ ନିଦ ହଜାଉ ଥିବା ରୋହିତ କେବଳ ଦ୍ୱାଦଶ ପର୍ଯ୍ୟନ୍ତ ପଢିଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟା
ନିଜର ବ୍ୟାଟିଂ ଏବଂ ବୋଲିଂ ଫଳରେ ଭାରତୀୟ ଦଳରେ ସ୍ଥାନ ପାଇଥିବା ହାର୍ଦ୍ଦିକ ନବମ ଶ୍ରେଣୀ ପାସ୍‌ କରି ନାହାନ୍ତି।

Share