Categories: ଖେଳ

କ୍ରିକେଟରେ ୧୫ ବର୍ଷ ପୂରଣ କଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି। କ୍ୟାପେଟନ କୁଲ ଭାବେ ପରିଚିତ ଧୋନୀକୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ୨୦୦୪ମସିହାରେ ଡିସେମ୍ବର ୨୩ରେ ବାଂଲାଦେଶ ବିପକ୍ଷରେ ଦିନିକିଆ କ୍ୟାରିଅର ଆରମ୍ଭ କରିଥିଲେ ମାହି। ଡେବ୍ୟୁ ମ୍ୟାଚ୍‌ରେ ସେ ଖାତା ଖୋଲିବା ବିନା ରନ୍‌ଆଉଟ୍‌ ହୋଇଥିଲେ। ୨୦୦୫ମସିହାରେ ଡିସେମ୍ବର ୨ତାରିଖରେ ଶ୍ରୀଲଙ୍କା ବିରୋଧରେ ଟେଷ୍ଟ ଡେବ୍ୟୁ କରିଥିଲେ । ଦିନିକିଆ କ୍ରିକେଟରେ ବିଶ୍ୱର ଶ୍ରେଷ୍ଠ ଫିନିସର ଭାବେ ଜଣାଶୁଣା ଧୋନୀ। ଦିନିକିଆରେ ଏବେ ସୁଦ୍ଧା ୩୫୦ଟି ଦିନିକିଆ ମ୍ୟାଚ ଖେଳିଥିବା ବେଳେ ୧୦,୭୭୩ ରନ କରିଛନ୍ତି। ୧୦ଟି ଶତକ ସହ ୧୮୩ରନ ହେଉଛି ଧୋନୀଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ୯୦ଟି ଟେଷ୍ଟରେ ୪୮୭୬ରନ ସଂଗ୍ରହ କରିଛନ୍ତି। ଓ୍ବିକେଟ ପଛରେ ଧୋନୀଙ୍କ ବିଚକ୍ଷଣ ବୁଦ୍ଧି ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଧୋନି। ଭାରତକୁ ଟି-୨୦ବିଶ୍ୱକପ, ୨୦୧୧ ଦିନିକିଆ ବିଶ୍ୱକପ, ଚମ୍ପିଆନ ଟ୍ରଫି ଦେଇଛନ୍ତି ଧୋନୀ। ତେବେ ୨୦୧୯ ବିଶ୍ୱକପ୍‌ ପରେ ଧୋନୀ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। ସେ ପୁଣି କେବେ କ୍ରିକେଟକୁ ଫେରିବେ ତାହା ଏବେ ପ୍ରଶ୍ନ ହୋଇ ରହିଛି।

Share