Categories: ଖେଳ

କ୍ରିକେଟର ଗୁଗୁଲ ବୟ

ଜୟପୁର, ୧୭।୬: ଏବେ ସାରା ବିଶ୍ୱରେ ଚାଲିଛି କ୍ରିକେଟ୍‌ ଫିବର୍‌। ଇଂଲଣ୍ଡରେ ଚାଲିଥିବା କ୍ରିକେଟ ବିଶ୍ୱକପକୁ ନେଇ କିଏ ଭବିଷ୍ୟବାଣୀ କଲେଣି ତ ଆଉ କିଏ ବିଶ୍ୱକପ୍‌ ଇତିହାସକୁ ନେଇ ଚର୍ଚ୍ଚା କରୁଛନ୍ତି। ରାଜସ୍ଥାନର ଜୟପୁରରେ ଜଣେ ୧୨ ବର୍ଷୀୟ ଛାତ୍ର ସାତ୍ତ୍ୱିକ ସିଂଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ କେହି କେହି କ୍ରିକେଟର ଗୁଗୁଲ ବୟ ବୋଲି ମଧ୍ୟ ଆଖ୍ୟା ଦେଇଛନ୍ତି। ସାତ୍ତ୍ୱିକ୍‌ଙ୍କୁ ବିଶ୍ୱକପ ସହ ଜଡିତ ପ୍ରତି ରେକର୍ଡ ବିଷୟରେ ପଚାରିଲେ ସେ ତତକ୍ଷଣାତ୍‌ ଉତ୍ତର ଦେଉଛନ୍ତି। ୭ମ ଶ୍ରେଣୀରେ ପଢୁଥିବା ସାତ୍ୱିକଙ୍କ ମୁହଁରେ ଆଜି ପର୍ଯ୍ୟନ୍ତ ଖେଳାଯାଇଥିବା ପ୍ରତି ବିଶ୍ୱକପର ରେକର୍ଡ ରହିଛି। ବ୍ୟାଟ୍ସମ୍ୟାନ୍‌ ଆଭରେଜଠାରୁ ଆରମ୍ଭ କରି ଚୌକା-ଛକା ମାରିବା ପର୍ଯ୍ୟନ୍ତ ସବୁ ଅପଡେଟ୍ସ ତାଙ୍କ ପାଖରେ ରହିଛି। ସବୁଦଳର ଖେଳାଳିଙ୍କ ନାମ ଏବଂ ଷ୍ଟ୍ରାଇକ୍‌ରେଟ୍‌ ମଧ୍ୟ ସେ ମନେ ରଖିଛନ୍ତି। ଏପରିକି କ୍ରିକେଟର ସବୁ ନିୟମ ମଧ୍ୟ ସେ ଜାଣିଛନ୍ତି। ସ୍ଥାନୀୟ ଅଞ୍ଚଳରେ ସେ ଗୁଗୁଲ ବୟ ଭାବେ ଜଣାଶୁଣା।

Share