Categories: ଖେଳ

କ୍ରିକେଟ୍‌କୁ ଫେରିବା ପାଇଁ ମ୍ୟାକ୍ସଓ୍ବେଲ୍‌ଙ୍କ ପ୍ରସ୍ତୁତି

ମେଲବୋର୍ନ, ୬।୧୨ (ପି.ଟି.)- ଅଷ୍ଟ୍ରେଲିଆ କ୍ରିକେଟ୍‌ ପାଇଁ ଖୁସି ଖବର। ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସଓ୍ବେଲ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ ଲାଗି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ମାନସିକ ସ୍ବାସ୍ଥ୍ୟ ସମସ୍ୟା ଲାଗି ମ୍ୟାକ୍ସଓ୍ବେଲ ନିକଟରେ ସାମୟିକ ସମୟ ପାଇଁ କ୍ରିକେଟ୍‌ରୁ ବିରତି ନେଇଥିଲେ। ଏବେ ସେ ନିଜର ଘରୋଇ ଦଳ ଭିକ୍ଟୋରିଆରେ ଟ୍ରେନିଂ ଆରମ୍ଭ କରିଥିବା ଜଣାପଡ଼ିଛି। ଭିକ୍ଟୋରିଆ ପ୍ରିମିୟର ଲିଗ୍‌ରେ ସେ ଫିତଜୋରୀ ଡୋନକାଷ୍ଟର କ୍ଲବ ପକ୍ଷରୁ ୩ଟି ମ୍ୟାଚ୍‌ ଖେଳିଛନ୍ତି। ୩୧ ବର୍ଷୀୟ ମ୍ୟାକ୍ସଓ୍ବେଲ ଏଥିସହ ସିଫିଲ୍ଡ ସିଲ୍ଡ ପ୍ରତିଯୋଗିତାରେ ଭିକ୍ଟୋରିଆ ପକ୍ଷରୁ ଖେଳିବେ ବୋଲି ଜଣାପଡ଼ିଛ। ଗୁରୁବାର ସେ ମେଲବୋର୍ନ କ୍ରିକେଟ୍‌ ଗ୍ରାଉଣ୍ଡ (ଏମ୍‌ସିଜି)ରେ ନେଟ୍ସରେ ବୋଲିଂ କରିଥିଛନ୍ତି। ଭିକ୍ଟୋରିଆ ଓ ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ମଧ୍ୟରେ ଶନିବାରଠାରୁ ସିଫିଲ୍ଡ ସିଲ୍ଡ ମ୍ୟାଚ୍‌ ଖେଳାଯିବ। ଗତ ଅକ୍ଟୋବରରେ ମାନସିକ ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ମ୍ୟାକ୍ସଓ୍ବେଲ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ପରେ କ୍ରିକେଟ୍‌ରୁ ସାମୟିକ ବିରତି ନେଇଥିଲେ।

Share