Categories: ଖେଳ

କ୍ରିକେଟ୍‌ରେ କ୍ୟାରିୟର ଗଢ଼ିବାକୁ ଯାଉଛନ୍ତି ଏହି ଅଭିନେତାଙ୍କ ପୁଅ

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମନ୍‌ସୁର ଅଲ୍ଲୀ ଖାନ୍‌ ପଟୌଦିଙ୍କ ପୁଅ ସୈଫ ଅଲ୍ଲୀ ଖାନ୍‌ କ୍ରିକେଟ ନୁହେଁ, ଅଭିନୟକୁ କ୍ୟାରିୟର ରୂପେ ବାଛିଥିଲେ। କିନ୍ତୁ ତାଙ୍କ ପୁଅ ଇବ୍ରାହିମ୍‌ ଅଲ୍ଲୀ ଖାନ୍‌ ଜେଜେଙ୍କ ପଦାଙ୍କ ଅନୁସରଣ କରିଛନ୍ତି। ଇବ୍ରାହିମ୍‌ଙ୍କ ମଧ୍ୟରେ ତାଙ୍କ ଜେଜେଙ୍କ ଝଲକ ଦେଖିବାକୁ ମିଳିଛି। ଇବ୍ରାହିମ୍‌ଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ଇବ୍ରାହିମ୍‌ ପ୍ୟାଡ୍‌ ଅପ୍‌ରେ ନେଟ୍ସରେ ପ୍ରାକ୍ସିସ୍‌ କରୁଥିବାର ନଜର ଆସିଛନ୍ତି। ୟୁଜର୍ସ ତାଙ୍କୁ ଜୁନିୟର ପଟୌଦି ଆଖ୍ୟା ଦେଇଛନ୍ତି। ସୂଚନାଯୋଗ୍ୟ, ମନ୍‌ସୁର ଅଲ୍ଲୀ ଖାନ୍‌ ପଟୌଦି ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କୁ ବିବାହ କରିଥିଲେ। ତାଙ୍କ ପୁଅ ସୈଫ ଅଲ୍ଲୀ ଖାନ୍‌ ଏବଂ ଝିଅ ସୋହା ଅଲ୍ଲୀ ଖାନ୍‌ ବଲିଉଡ୍‌ରେ କ୍ୟାରିୟର ଗଢ଼ିଛନ୍ତି।

Share