Categories: ଖେଳ

କ୍ରିକେଟ୍‌ ଛାଡି ପାଇଲଟ୍‌ ହେଲେ ଏହି କ୍ରିକେଟର୍‌

ସାଧାରଣତଃ କ୍ରିକେଟରମାନେ କ୍ରିକେଟ ଛାଡି ଖେଳ ସହ ଯୋଡି ହୋଇରହିଥାନ୍ତି। କିଏ କମେଣ୍ଟଟର୍‌ ହୁଅନ୍ତି ତ ଆଉ କିଏ କ୍ରିକେଟ ଏକ୍ସପର୍ଟ, କୋଚ୍‌ ଭାବେ କାର୍ଯ୍ୟ କରନ୍ତି। ଆଉ କିଛି କ୍ରିକେଟର୍‌ ଖେଳ ସହ କୌଣସି ସମ୍ପର୍କ ରଖନ୍ତି ନାହିଁ। ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଜିମ୍ବାଓ୍ବେର ପୂର୍ବତନ ପେସ୍‌ ବୋଲର ଟ୍ରେଭିସ୍‌ ଫ୍ରେଣ୍ଡ୍‌। ଏବେ ସେ ପାଇଲଟ୍‌ ଭାବେ କାର୍ଯ୍ୟ କରୁଛନ୍ତି। ସେ ୨୦୦୦ ମସିହା ସେପ୍ଟେମ୍ବର ୩୦ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକଦିବସୀୟ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ। ସେହିପରି ଟେଷ୍ଟ ଡେବ୍ୟୁ ଭାରତ ବିପକ୍ଷରେ କରିଥିଲେ। ସେ ୧୩ଟି ଟେଷ୍ଟ ଖେଳି ୨୫ଟି ଉଇକେଟ୍‌ ନେବା ସହ ୪୪୭ରନ୍‌ ସଂଗ୍ରହ କରିଥିଲେ। ସେହିପରି ୫୧ଟି ଏକଦିବସୀୟ ମ୍ୟାଚ୍‌ ଖେଲି ୩୭ଟି ଉଇକେଟ ସହ ୫୪୮ ରନ୍‌ କରିଥିଲେ। ୨୦୦୧ରେ ଟ୍ରେଭିସ୍‌ ପ୍ରାଇଭେଟ୍‌ ପାଇଲଟ୍‌ ସାର୍ଟିଫିକେଟ୍‌ ହାସଲ କରିଥିଲେ।

Share