ଚଣ୍ଡିଗଡ, ୩୧।୭: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଜେରା କରାଯାଇଛି। ଜମ୍ମୁ କଶ୍ମୀର କ୍ରିକେଟ ଆସୋସିଏସନ (ଜେକେସିଏ) ଦୁର୍ନୀତି ମାମଲାରେ ଇଡି ଏହି ଜେରା କରିଛି। ବୁଧବାର ଫାରୁକଙ୍କ ଚଣ୍ଡିଗଡସ୍ଥିତ କାର୍ଯ୍ୟାଳୟରେ ଇଡି କର୍ମଚାରୀ ପହଞ୍ଚତ୍ ପଚରାଉଚରା କରିଛନ୍ତି। ସୂଚନାଯୋଗ୍ୟ, ଜେକେସିଏରେ ୧୧୩ କୋଟି ଟଙ୍କାର ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି। ଏହି ଦୁର୍ନୀତି ମାମଲାରେ ଫାରକୁ ଅବଦୁଲାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଉଠିଥିଲା। ୨୦୧୮ ଜାନୁଆରୀରେ ଫାରୁକ ଅବଦୁଲାଙ୍କୁ ସିବିଆଇ ଜେରା କରିଥିଲା।