Categories: ଫୁରସତ

କ୍ରିକେଟ୍‌

ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶଙ୍କୁ କ୍ରିକେଟ୍‌ ଖେଳ ପସନ୍ଦ। ନିଜେ ଖେଳିବା
ବ୍ୟତୀତ କିଏ ଷ୍ଟାଡିଅମ୍‌ରେ ତ କିଏ ଟିଭି ପରଦାରେ ଏହାକୁ ଦେଖିବାର ଆନନ୍ଦ ନିଅନ୍ତି। ତେବେ ଜାଣିବା ଏହି ଖେଳ ସମ୍ପର୍କରେ କିଛି ତଥ୍ୟ…

୧୬ଶ ଶତାବ୍ଦୀରେ ଇଂଲଣ୍ଡରେ ପ୍ରଥମେ ଆରମ୍ଭ ହୋଇଥିଲା ଏହି ଖେଳ । ବର୍ତ୍ତମାନ ପ୍ରାୟ ୧୦୫ଟି ଦେଶରେ ଏହା ଖେଳାଯାଉଥିବା ବେଳେ ୧୨ଟି ଦେଶକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିଛି।
ସର୍ବପ୍ରଥମ କ୍ରିକେଟ ମ୍ୟାଚ୍‌ ୧୮୭୬ରେ ମେଲବୋର୍ନଠାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା, ଯେଉଁଥିରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା।
ସର୍ବପ୍ରଥମ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ ୧୯୭୧ ମସିହା ଜାନୁୟାରୀ ୫ ତାରିଖରେ ଅନୁଷ୍ଠିତ ହୋଇଥିଲା।
୧୯୭୫ ମସିହାରେ ସର୍ବପ୍ରଥମ ଓ୍ବାଲର୍‌ଡ କପ୍‌ ମ୍ୟାଚ୍‌ ଖେଳାଯାଇଥିଲା, ଯେଉଁଥିରେ ଓ୍ବେଷ୍ଟଇଣ୍ଡିଜ୍‌ ବିଜୟୀ ହୋଇଥିଲା।
ବର୍ତ୍ତମାନ ସୁଦ୍ଧା ଖେଳାଯାଇଥିବା ଓ୍ବାଲର୍‌ଡ କପ୍‌ ମ୍ୟାଚ୍‌ ଭିତରୁ ସର୍ବାଧିକ ଅର୍ଥାତ୍‌ ୫ଟି ରେକର୍ଡ ଅଷ୍ଟ୍ରେଲିଆ ନାମରେ ରହିଛି। ସେହିପରି ସର୍ବାଧିକ ଏସିଆ କପ୍‌ ଟୁର୍ନାମେଣ୍ଟ ଜିତିବାର ରେକର୍ଡ ଭାରତ ନଁାରେ ରହିଛି।
ଭାରତ ପ୍ରଥମ ଥର ପାଇଁ ୧୯୮୩ରେ କପିଲ ଦେବଙ୍କ ଏବଂ ୨୦୧୧ରେ ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାପ୍ଟେନଶିପ୍‌ରେ ଓ୍ବାଲର୍‌ଡ କପ୍‌ ଜିତିଥିଲା। ସେହିପରି ପ୍ରଥମ ଟି-୨୦ ଓ୍ବାଲର୍‌ଡ କପ୍‌ ମଧ୍ୟ ଭାରତ ଜିତିଥିଲା।
ଭାରତର ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ର ପ୍ରଥମ କ୍ୟାପ୍‌ଟେନ୍‌ ଥିଲେ ଅଜିତ୍‌ ଓ୍ବାଡେକର୍‌।
ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ ଏବଂ ଟେଷ୍ଟ କ୍ରିକେଟ୍‌ରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ରନ୍‌ କରିଥିବା କ୍ରିକେଟର ହେଉଛନ୍ତି ସଚିନ ତେନ୍ଦୁଲକର। ସେହିପରି ୧୦୦ଟି ଶତକ ଏବଂ ଦିନିକିଆ ମ୍ୟାଚ୍‌ରେ ପ୍ରଥମ ଦୁଇଶତକ ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି।

Share