Categories: ଖେଳ

କ୍ରିକେଟ ଉପଦେଷ୍ଟା କମିଟିରେ ମଦନ ଲାଲ

ନୂଆଦିଲ୍ଲୀ, ୩୧ା୧ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦ୍ୱାରା ପୂର୍ବତନ କ୍ରିକେଟର ରୁଦ୍ରପ୍ରତାପ ସିଂ, ମଦନ ଲାଲ ଏବଂ ସୁଲକ୍ଷଣା ନାଏକ ପ୍ରମୁଖ ଶୁକ୍ରବାର କ୍ରିକେଟ ଉପଦେଷ୍ଟା କମିଟି (ସିଏସି)ର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ସେମାନଙ୍କ କାର୍ଯ୍ୟକାଳ ୧ ବର୍ଷ ରହିବବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ପ୍ରକାଶ କରିଛନ୍ତି। ଚୟନକର୍ତ୍ତା ଏମ୍‌.ଏସ୍‌.କେ. ପ୍ରସାଦ ଏବଂ ଗଗନ ଖୋଦାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ତାଙ୍କ ସ୍ଥାନରେ ନିଯୁକ୍ତି ସିଏସିର ପ୍ରଥମ କାର୍ଯ୍ୟ ହେବ। ସିଏସି ଆହୁରି ମଧ୍ୟ ଜାତୀୟ ଦଳଗୁଡ଼ିକର ମୁଖ୍ୟ କୋଚ୍‌ ବାଛିବେ। ଗତବର୍ଷ ସ୍ବାର୍ଥନିହିତ ଦ୍ୱନ୍ଦ୍ୱ କାରଣରୁ ସିଏସିରୁ କପିଳ ଦେବ, ଅଂଶୁମାନ ଗାଏକ୍ୱାଡ ଏବଂ ଶାନ୍ତା ରାଙ୍ଗାସ୍ବାମୀଙ୍କ ଇସ୍ତଫା ପ୍ରଦାନ ପରେ ପଦବୀଗୁଡ଼ିକ ଖାଲିି ପଡ଼ିଥିଲା। ପ୍ରଥମେ ଗୌତମ ଗମ୍ଭୀର ସିଏସିର ଜଣେ ସଦସ୍ୟ ହେବେ ବୋଲି ଶୁଣାଯାଉଥିଲା। ମାତ୍ର ସେ ପାର୍ଲାମେଣ୍ଟର ଜଣେ ସଦସ୍ୟ ଥିବାରୁ ତାଙ୍କ ନାମ ବିଚାରକୁ ନିଆଯାଇ ନ ଥିଲା। ତାଙ୍କ ବଦଳରେ ଉତ୍ତର ପ୍ରଦେଶର ଆରପି ସିଂଙ୍କୁ ମନୋନୟନ କରାଯାଇଥିଲା। ସିଏସିର ସେ ସର୍ବକନିଷ୍ଠ ସଦସ୍ୟ। ସିଏସି ହେଉଛି ଏକ ହାଇପ୍ରୋଫାଇଲ ପରିଷଦ। ଏହାର ସବୁଠାରୁ ବରିଷ୍ଠ ସଦସ୍ୟ ମଦନ ଲାଲଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ।

Share