Categories: ଖେଳ

କ୍ରିକେଟ କମିଟି ପଦତ୍ୟାଗ କଲେ ମିସବା

କରାଚୀ,୨୬।୮: ପୂର୍ବତନ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ମିସବା ଉଲ ହକ୍‌ ପିସିବି କ୍ରିକେଟ କମିଟି ପଦରୁ ଇସ୍ତଫା ଦେଇଛନ୍ତି। ଜାତୀୟ ଦଳର ମୁଖ୍ୟ କୋଚ୍‌ ପାଇଁ ଆବେଦନ କରିବା ନିମନ୍ତେ ସେ ଏଭଳି ପଦକ୍ଷେପ ନେଇଛନ୍ତି। ମିସବା ସୋମବାର ଅପରାହ୍ନରେ ପିସିବି ଡିରେକ୍ଟର ଜାକିର ଖାନଙ୍କୁ ନିଜ ନିଷ୍ପତ୍ତି ସମ୍ପର୍କରେ ଜଣାଇଛନ୍ତି। ମୁଁ ଆଜି ମୁଖ୍ୟ କୋଚ୍‌ ପଦ ପାଇଁ ଆବେଦନ କରିଛି। ଏହି ପଦରେ କାର୍ଯ୍ୟ କରିବା ବହୁ କଷ୍ଟକର। ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଅଛି। ମୋତେ ବହୁ ଉଚ୍ଚ ଶିକ୍ଷତ ଆବେଦନକାରୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିବ ବୋଲି ପୂର୍ବତନ ଅଧିନାୟକ କହିଛନ୍ତି। ଆଗାମୀ ମାସ ଆରମ୍ଭରୁ ନୂଆ କୋଚ୍‌ ନିଯୁକ୍ତ କରାଯିବ ବୋଲି ଆଶା କରାଯାଉଛି। ଯାହାଫଳରେ ନୂଆ ଟିମ୍‌ ମ୍ୟାନେଜମେଣ୍ଟକୁ ନୂଆ ସିଜନ ପୂର୍ବରୁ ଦଳ ସହ କିଛି ସମୟ ବିତାଇବାକୁ ସୁଯୋଗ ମିଳିବ।

Share