Categories: ଜାତୀୟ

କ୍ରିକେଟ ଖେଳକୁ ନେଇ ଝଗଡା: ସାଙ୍ଗର ଆଖି ତାଡି ଲୁଣ ପକାଇଦେଲେ ଯୁବକ

ନୂଆଦିଲ୍ଲୀ, ୧୮।୪: ଦକ୍ଷିଣ ଦିଲ୍ଲୀର ନେବ ସରାୟ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। କ୍ରିକେଟ ଖେଳକୁ ନେଇ ଲାଗିଥିବା ଝଗଡା ଯୋଗୁ ସାଙ୍ଗର ଆଖି ତାଡି, ଗଳା କାଟି ହତ୍ୟା କରିଛନ୍ତି ୬ ଯୁବକ। ଲୋକେ ଜାଣିଦେବା ଭୟରେ ମୃତଦେହରେ ଲୁଣ ପକାଇ ଏକ ନାଳରେ ପୋତିଦେଇଥିଲେ। ମୃତ ଯୁବକ ଜଣଙ୍କ ହେଲେ ସୁରଜିତ କଶ୍ୟପ(୨୨)। ସୂଚନାଯୋଗ୍ୟ, ୬ ମାସ ପୂର୍ବରୁ କ୍ରିକେଟକୁ ନେଇ ସାଙ୍ଗମାନଙ୍କ ସହ ଝଗଡା କରିଥିଲେ ସୁରଜିତ। ପରିଣାମସୂରୂପ ଘଟଣାଦିନ ସୁରଜିତଙ୍କୁ ସେମାନେ ଘରୁ ଡାକିନେଇ ହତ୍ୟା କରିଥିଲେ। ପୋଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରିବ ସହ ୪ଜଣଙ୍କୁ ଗିରଫ କରିଛି। ଆଉ ଦୁଇଜଣ ଅଭିଯୁକ୍ତ ଫେରାର ଅଛନ୍ତି।

Share