କ୍ରିକେଟ ଖେଳିଲେ ଫଡନବିସ-ଗଡକରି

ମୁମ୍ବାଇ,୨୫।୧: କେନ୍ଦ୍ରମନ୍ତ୍ରୀ ନିତିନ ଗଡକରି ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଦେବେନ୍ଦ୍ର ଫଡନବିସଙ୍କ କ୍ରିକେଟ ଖେଳ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ‘କସଦାର କ୍ରୀଡା ମହୋତ୍ସବ’ରେ ଏହି ୨ ନେତା ଶୁକ୍ରବାର ନାଗପୁରରେ କ୍ରିକେଟ ଖେଳିଥିବା ଦେଖିବାକୁ ମିଳିଛି। ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଏମାନଙ୍କ ବ୍ୟାଟିଂ ସେ ସମୟରେ ହାସ୍ୟରୋଳ ସୃଷ୍ଟି କରିଥିଲା। ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ଆୟୋଜିତ ଏହି କ୍ରୀଡା ମହୋତ୍ସବକୁ ଗଡକରି ଓ ଗୁରୁଦାସପୁର ଏମ୍‌ପି ତଥା ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ନାଗପୁରରେ ଆୟୋଜନ କରିଥିବା ବେଳେ ଏହା ୨୪ ଜାନୁୟାରୀରେ ଶେଷ ହୋଇଛି। ପାଣ୍ଡା ଏବେ ଟିମ୍‌ ଇଣ୍ଡିଆଠାରୁ ଦୂରରେ ଥିବାରୁ କିଛି ସମୟ ପାଇଁ ଏହି ମହୋତ୍ସବରେ ଯୋଗ ଦେବାକୁ ସେଠାରେ ପହଞ୍ଚିଥିଲେ।

Share