କ୍ରିକେଟ ଖେଳୁଛନ୍ତି ସଲମାନ

ବଲିଉଡ ଅଭିନେତା ସଲମାନ ଖାନ ପ୍ରାରମ୍ଭରୁ ହିଁ ନିଜ ଫିଟନେସ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ଅନେକ ଚଳଚ୍ଚିତ୍ରରେ ଚରିତ୍ରକୁ ଦେଖି ସେ ନିଜକୁ ଫିଟ୍‌ କରନ୍ତି। ଓ୍ବାର୍କଆଉଟର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରିଥାନ୍ତି। ନିକଟରେ ଦବଙ୍ଗ-୩ ଫିଲ୍ମ ଶୁଟିଂ ପୂର୍ବରୁ ସଲମାନ ନିଜ ଓଜନ କମାଇବା ପାଇଁ କ୍ରିକେଟ ଖେଳିବା ଆରମ୍ଭ କରିଛନ୍ତି। କିଛି ଛୋଟ ପିଲାଙ୍କସହ ସଲ୍ଲୁ କ୍ରିକେଟ ଖେଳୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉଭୟ ବ୍ୟାଟିଂ ଏବଂ ବୋଲିଂ କରି ନିଜକୁ ଫିଟ୍‌ କରୁଛନ୍ତି ସଲ୍ଲୁ। କେବଳ କ୍ରିକେଟ ନୁହେ, ଜିମରେ ମଧ୍ୟ ସେ ପ୍ରବଳ ଝାଳ ବୁହାଉଛନ୍ତି। ନିକଟରେ ସଲମାନଙ୍କ ଅଭିନୀତ ‘ଭାରତ’ ବକ୍ସ ଅଫିସରେ ସୁପଟହିଟ୍‌ ସାବ୍ୟସ୍ତ ହୋଇଛି।

Share