Categories: ଖେଳ

କ୍ରିକେଟ ନିଶା: ବିବାହ ସାରି କନ୍ୟାକୁ ଧରି ଘରକୁ ଫେରିଲେ ବର, ଆଉ ତା‘ପରେ…

ଓ୍ବାଶିଂଟନ୍‌,୭।୧୧: ଅନେକ ଦେଶରେ କ୍ରିକେଟର ନିଆରା ଫ୍ୟାନ୍‌ ଆପଣ ଦେଖିଥିବେ। ସେମିତି ଜଣେ ଅଜବ ଫ୍ୟାନ୍‌ ହେଉଛନ୍ତି ହାସନ ତସଲୀନ। ପାକିସ୍ତାନ କ୍ରିକେଟ ଟିମର ଏହି ପ୍ରଂଶସକଙ୍କ ଏକ ଫଟୋ ଆଇସିସି ନିଜ ଟୁଇଟର ପେଜରେ ଅପଲୋଡ କରିଛି। କ୍ରିକେଟ ପ୍ରତି ଥିବା ତାଙ୍କ ଭଲ ପାଇବା ଏବେ ଯେ, ହାସନ ନିଜ ବାହାଘର ଦିନ ବି କ୍ରିକେଟ ମ୍ୟାଚ ଦେଖିବାକୁ ଭୁଲି ନାହାନ୍ତି। ଆମେରିକାରେ ରହୁଥିବା ହାସନ ନିଜ ସ୍ତ୍ରୀଙ୍କ ସହ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ମ୍ୟାଚ ଦେଖୁଥିବା ଏକ ଫଟୋ ପୋଷ୍ଟ କରିବା ସହ ଚିଠି ଲେଖିଥିଲେ। ଏହାପରେ ହାସନଙ୍କ କ୍ରିକେଟ ପ୍ରତି ଥିବା ଭଲ ପାଇବାକୁ ଆଇସିସି ସମଗ୍ର ବିଶ୍ୱକୁ ଟୁଇଟ୍‌ କରି କହିଛି। ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ମ୍ୟାଚ ଦିନ ହାସନ ଆମେରିକାରେ ବାହା ହୋଇଥିଲେ। ପରମ୍ପରା ଅନୁସାରେ, ନବଦମ୍ପତି ବାହାଘର ପରେ ଘରୁ ଆସି ନିଜ ଲୋକଙ୍କ ବିତାଇ ଥାନ୍ତି। ହାସନ କିନ୍ତୁ ଏହା ନ କରି ସୋଫାରେ ବସି ହାସନ ମ୍ୟାଚ୍‌ ଦେଖିଥିଲେ।

Share