କ୍ରିକେଟ ନ ଖେଳିବାକୁ ତାଗିଦ୍‌ କରିବାରୁ ପ୍ରଶାସନିକ ଅଧିକାରୀଙ୍କୁ ଦୁର୍ବ୍ୟବହାର

ଗଞ୍ଜାମ,୨୧ା୫(ଡି.ଏନ୍‌.ଏ.)-କଟକଣା ସତ୍ତ୍ୱେ କ୍ରିକେଟ ଖେଳୁଥିବା କେତେଜଣ ଅମାନିଆ ଯୁବକଙ୍କୁ ଛତ୍ରପୁର ବିଡିଓ ଓ ତହସିଲଦାର ତାଗିଦ କରିବାରୁ ସେମାନେ ଦୁର୍ବ୍ୟବହାର କରିଥିବା ଗଞ୍ଜାମ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି। ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ ଓ ତହସିଲଦାର ନୀଳମାଧବ ଭୋଇ ବୁଧବାର ଅଗସ୍ତି ନୂଆଗଁା କ୍ୱାରାଣ୍ଟାଇନ୍‌ ସେଣ୍ଟର ପରିଦର୍ଶନରେ ଯାଉଥିଲେ। ଅଗସ୍ତି ନୂଆଗାଁ ବାତ୍ୟା ଆଶ୍ରୟସ୍ଥଳ ନିକଟରେ କେତେଜଣ ଯୁବକ କ୍ରିକେଟ ଖେଳୁଥିବା ଦେଖି ଅଟକିଥିଲେ। ଲକ୍‌ଡାଉନ୍‌ବେଳେ ଏପରି ଏକାଠି ହୋଇ ନ ଖେଳିବାକୁ ଯୁବକମାନଙ୍କୁ ତାଗିଦ୍‌ କରିଥିଲେ। ସମ୍ପୃକ୍ତ ଯୁବକମାନେ ଏହାକୁ ନେଇ ବିଡିଓ ଓ ତହସିଲଦାରଙ୍କ ସହ ଯୁକ୍ତିତର୍କ କରିବା ସହ ଠେଲାପେଲା କରିଥିଲେ। ଖବରପାଇ ଗଞ୍ଜାମ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏନେଇ ବିଡିଓ ଅମ୍ବିକା ପ୍ରସାଦ ଦାସଙ୍କ ଏତଲାକ୍ରମେ ଗଞ୍ଜାମ ଥାନାରେ ପୋଲିସ ନଂ. ୬୨/୨୦ରେ ଏକ ମାମଲା ରୁଜୁ କରିଛି॥ ଏ ନେଇ ଥାନା ଅଧିକାରୀ ଦିଲୀପ କୁମାର ସାହୁଙ୍କୁ ପଚାରିବାରୁ ବିଡିଓଙ୍କ ଏତଲାକ୍ରମେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି। ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଟିମ୍‌ ଖୋଜୁଛି ବୋଲି କହିଛନ୍ତି।

Share