କ୍ରିକେଟ ବେଟିଂ ବେଳେ ଚଢ଼ାଉ: ୫ ଗିରଫ

ରାୟଗଡ଼ା ଅଫିସ,୨୧।୯-
ରାୟଗଡ଼ା ସହରରେ ଶୁକ୍ରବାର ରାତିରେ ଅନ୍‌ଲାଇନ୍‌ କ୍ରିକେଟ୍‌ ବେଟିଂ ଚାଲିଥିବାବେଳେ ପୋଲିସ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଥିବା ରାୟଗଡ଼ା ଥାନାଧିକାରୀ ନୀହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଶୁକ୍ରବାର ରାତିରେ ରାୟଗଡ଼ା ସହର ଲକ୍ଷ୍ମୀ ନାରାୟଣ ସାହିର କେ. ସୁରିୟା ରାଓଙ୍କ ଘରେ ଅନ୍‌ଲାଇନ୍‌ ବେଟିଂ ଚାଲିଥିବା ପୋଲିସ ସୂଚନା ପାଇ ଚଢାଉ କରିଥିଲା। ସେଠାରୁ କେ. ସୁରିୟା ରାଓଙ୍କ ସମେତ ସାଗର ସାହୁ, ଜ୍ୟୋତିରଞ୍ଜନ ପଲାଇ, ସତ୍ୟବ୍ରତ ପ୍ରଧାନ ଏବଂ ପି .ଈଶ୍ୱର ରାଓଙ୍କୁ ପୋଲିସ ଗିରଫ କରିଛି। ଘଟଣାସ୍ଥଳରୁ ପୋଲିସ ୩ ଲକ୍ଷ ୮୭ ହଜାର ଟଙ୍କା ନଗଦ, ୩ ବାଇକ୍‌, ୫ ଏଟିଏମ୍‌ କାର୍ଡ, ୬ଟି ମୋବାଇଲ ଓ ୩ ଡାଏରୀ ଜବତ କରିଛି। କଲେଜ ପଢୁଆ ଯୁବକ ଓ କେତେକ ବ୍ୟବସାୟୀ ଏହି ବେଟିଂରେ ସମ୍ପୃକ୍ତ ଥିବାନେଇ ପୋଲିସ ସୂଚନା ଦେଇଛି।