କ୍ରିକେଟ ବେଟିଂ: ୨ ଗିରଫ

ମୁମ୍ବାଇ,୨୪।୬: ଗତ ସପ୍ତାହରେ ଓ୍ବେଷ୍ଟଇଣ୍ଡିଜ-ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ-ସାଉଥ୍‌ ଆଫ୍ରିକା ମ୍ୟାଚ୍‌ ଚଳିତ ଆଇସିସି ବିଶ୍ୱକପ୍‌ର କ୍ରିକେଟ ବେଟିଂ ପାଇଁ ସବୁଠୁ ବଡ଼ ଦିନ ଥିଲା। ମୁମ୍ବାଇ ପୋଲିସର ଆଣ୍ଟି ନାରୋଟିକ୍‌ ସେଲ (ଏଏନ୍‌ସି) ଗ୍ରାଣ୍ଟ ରୋଡ୍‌ ହୋଟେଲରେ ଚଢ଼ାଉ କରି ଏକ କ୍ରିକେଟ ବେଟିଂ ର଼୍ୟାକେଟ୍‌ ଧରିଛି। ଦୁଇଜଣ ଟପ୍‌ ବୁକିଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଏକ ଡାଏରୀ ଜବତ ହୋଇଛି। ସେଥିରେ ଗତ ୧୧ ଦିନରେ ୧୪ କୋଟି ଟଙ୍କାର କାରବାର ହୋଇଥିବା ଲିଖିତ ରହିଛି। ଗତମାସ ୩୦ ତାରିଖରୁ ଆଇସିସି ବିଶ୍ୱକପ୍‌ ଆରମ୍ଭ ହେବା ପରେ ଦେଶରେ ବୁକିଙ୍କ ମଧ୍ୟରେ ପ୍ରାୟ ହଜାରେରୁ ଦେଢ଼ ହଜାର କୋଟି ଟଙ୍କାର କାରବାର ହେବ ବୋଲି ସୂତ୍ରରୁ ଜଣାପଡ଼ିଛି।

Share