କ୍ରିକେଟ ଲାଗି ବେଟିଂ, ଜଣେ ଗିରଫ

ଜଳେଶ୍ୱର, ୨୦ା୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ପୋଲିସ ଗ୍ୟାରେଜ୍‌ ବଜାର ଅଞ୍ଚଳର ଜୁଆ ଆଡ୍ଡାରେ ଚଢାଉ କରି କ୍ରିକେଟ ପାଇଁ ବେଟିଂ ଚାଲିଥିବା ବେଳେ ଜଣଙ୍କୁ ଗିରଫ କରିଛି। ତାଙ୍କଠାରୁ ଦେଢଲକ୍ଷ ଟଙ୍କା ଜବତ ହୋଇଛି। ଅଭିଯୁକ୍ତ ହେଲେ ଜଳେଶ୍ୱର ଥାନା ରାଜପୁର ବସ୍ତି ଅଞ୍ଚଳର ଶେଖ୍‌ ଇସ୍ଲାଦ୍ଦିନ। ଏନେଇ ଥାନାରେ ଏକ ମାମଲା (ନଂ.୨୮/୨୦) ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ, ରବିବାର ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରିକେଟ ମ୍ୟାଚ ଚାଲିଥିଲା। ଏହାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଏହାର ସୁଯୋଗ ନେଇ ଟଙ୍କା ପାଇବା ଆଶାରେ ଅଭିଯୁକ୍ତ ବେଟିଂ ଚଳାଇଥିଲେ।